ଭୁବନେଶ୍ୱର ୧୭/୦୬: ରାଜ୍ୟରେ ଆଉ ୭୩ ଜଣ ସୁସ୍ଥ ହୋଇଛନ୍ତି । ବର୍ତମାନ ସୁଦ୍ଧା ରାଜ୍ୟରେ ୪୩୩୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୪୭ ଜଣ ସୁସ୍ଥ ହୋଇସାରିଲେଣି। ସେମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାରୁ ୧୪, କେନ୍ଦୁଝର ଜିଲ୍ଲାରୁ ୧୧, ଖୋର୍ଦ୍ଧା ଜିଲ୍ଲା ରୁ ୧୦, ଭଦ୍ରକ ଜିଲ୍ଲାରୁ ୯, ଯାଜପୁର ଜିଲ୍ଲାରୁ ୭, ମୟୁରଭଞ୍ଜ ଜିଲ୍ଲାରୁ ୬, ଗଞ୍ଜାମ ଜିଲ୍ଲାରୁ ୪, କଟକ ଜିଲ୍ଲାରୁ ୩, ବାଲେଶ୍ୱର, ଜଗତସିଂହପୁର, ଝାରସୁଗୁଡା ଓ କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ବଲାଙ୍ଗୀର ଜିଲ୍ଲାରୁ ଜଣେ ସୁସ୍ଥ ହୋଇଛନ୍ତି ।