ଭାରତୀୟ ହାଇକମିଶନର ନିଖୋଜ ଦୁଇ ଦୂତାବାସ ଅଧିକାରୀ ଫେରିଛନ୍ତି।

ନୂଆଦିଲ୍ଲୀ : ଆଜି ସକାଳ ୮ ଟା ବେଳୁ ଭାରତୀୟ ଦୂତାବାସ ର ୨ ଅଧିକାରୀ ସିଲଭାସେସ ପଲ ଓ ଡି. ବ୍ରହ୍ମ ନିଖୋଜ ହୋଇଥିଲେ । ଏହି ଦୁଇ ଅଧିକାରୀ ନିଖୋଜ ହେବା ଖବର ପ୍ରକାଶ ପରେ ପାକିସ୍ତାନ ତରଫରୁ ଏମାନେ ଏକ ଦୁର୍ଘଟଣାରେ ଗିରଫ ହୋଇଛନ୍ତି ବୋଲି ଖବର ପ୍ରକାଶ ହୋଇଥିଲା। ଭାରତ ତରଫରୁ ବୈଦେଶିକ ମନ୍ତ୍ରାଳୟ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନର ମୁଖ୍ୟ ସୟଦ ହାଇଦର ଶାହାଙ୍କୁ ଡକାଇ ଏହି ଘଟଣାର ପ୍ରତିବାଦ କରିବା ପରେ ଏବେ ପାକିସ୍ତାନ ଉଭୟ ଅଧିକାରୀଙ୍କୁ ଛାଡିଛି । ଏବେ ଉଭୟ ଅଧିକାରୀ ଭାରତୀୟ ମିଶନ କୁ ଫେରିଛନ୍ତି।