ନିଜେ ଭିର୍ନକ୍ଷମ ହୋଇ ମଧ୍ୟ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ l

ଢେଙ୍କାନାଳ :(ଗୋକୁଳା ନନ୍ଦ ବେହେରା )କଥା ରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର ଏହି ଉକ୍ତି ଟି ପ୍ରମାଣ କରି ଦେଖାଇଛନ୍ତି ଜଣେ ଚାଷୀ l ଢିପ ଜମିରେ ସୁନାର ଫସଲ ଫଳାଇଛନ୍ତି, ଭିର୍ନକ୍ଷମ ହେଲେବି ସେ ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରି ପାରିଛନ୍ତି l ଏକର ଏକର ଜମିରେ ସବୁଜ ପନିପରିବା କରି ବେଶ ଦୁଇ ପଇସା ରୁଜଗାର କରିବା ସହିତ ଆଉ 10 ରୁ 15 ଜଣ ଲୋକଙ୍କୁ ରୋଜଗାର ଯୋଗାଇଛନ୍ତି l ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ଗ୍ରାମ ପଞ୍ଚାୟତ ର କଟାବାହାଳ ଗ୍ରାମର ବିଭୁତି ପ୍ରଧାନ ଦୃଢ ଇଚ୍ଛା ଶକ୍ତି ଏବଂ ପରିଶ୍ରମ ଆଗରେ ହାର ମାନିଛି ଭିର୍ନକ୍ଷମ ତାଙ୍କ ର ହାତ ଭିର୍ନକ୍ଷମ ହେଲେ ବି ମଧ୍ୟ ପ୍ରାୟ 13 ଏକର ଜମିରେ ବାଇଗଣ, ଟମାଟ, କାକୁଡି, ଭେଣ୍ଡି, ତରଭୁଜ, କଖାରୁ, କାଶ୍ମୀର ଲଙ୍କା,ଝୁଡୁଙ୍ଗ,ଏବଂ ବିଦେଶୀ କୁଳି ଲଗାଇ ଅନ୍ୟମାନଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛିଛନ୍ତି l ଲାଲ ଟହ ଟହ ଟମାଟ ଦେଖିଲେ ଆଖି ଲାଖିଯିବ କେବଳ ଟମାଟ ନୁହେଁ ସବୁଜ ରଙ୍ଗର ଭଳିକି ଭଳି ପନି ପରିବା ମଧ୍ୟ ଫଳିଛି l ଜମିରେ ବିଭିନ୍ନ ସ୍ଥାନରେ ଲାଗିଛି ସୁଲାର ସ୍ପିଙ୍କଲର ପାଇପ ସୁଇଚି ମାରିଲେ ମାଡୁଛି ଆପେ ଆପେ ପାଣି ନା ଗଛକୁ ନିଅଣ୍ଟ ପାଣି ଦଉଛି ନା ସାର ଦଉଛି ଉର୍ନତ ଜ୍ଞାନ କୌଶଳରେ ଚାଷ ଚାଲିଛି l ବିଭିନ୍ନ ସ୍ଥାନରୁ ବେପାରୀ ଆସି ପନିପରିବା ନେଇ ଯାଉଛନ୍ତି l ତେବେ ଗ୍ରାମରେ ଯୁବ ପିଢ଼ିଙ୍କ ପାଇଁ ନିଜେ ଭିର୍ନ କ୍ଷମ ହୋଇ ମଧ୍ୟ ବେସାହାରା ପରିବର୍ତ୍ତେ ଜଣେ ସଫଳ ଚାଷୀ ହବା ଉଦାହରଣ ପାଲଟିଛନ୍ତି l