କଳାହାଣ୍ଡି ( ଅରୁଣ କୁମାର ସାହୁ):- କଳାହାଣ୍ଡି ର କେତେକ ସ୍ବାସ୍ଥ୍ୟ କେନ୍ଦ୍ର ୫- ଟି ର ମାନ୍ୟତା ପାଇଥିବା ବେଳେ ଜୟପାଟଣା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ୫ଟି ସେବାରୁ ବଞ୍ଚିତ । କଳାହାଣ୍ଡି ଜିଲ୍ଲାର ଅନ୍ୟତମ ସର୍ବ ପୁରାତନ ସ୍ୱାସ୍ଥ୍ୟକେନ୍ଦ୍ର ଜୟପାଟଣା । ଏହି ୩୦ଶଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଜୟପାଟଣା ଏବଂ ଆଖପାଖ ଅଞ୍ଚଳର ୩ଟି ବ୍ଲକ କଲମପୁର,କୋକସରା,ଥୁଆମୂଳ ରାମପୁର ବ୍ଲକର ତୃଣମୂଳ ସ୍ତରରେ ବସବାସ କରୁଥିବା ନିରୀହ ଜନସାଧାରଣ ନିର୍ଭରଶୀଳ ରୁହନ୍ତି । ପୂର୍ବରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରର ସ୍ଥିତି ବେଶ ସୁଦୃଢ ଥିଲା । ମେଜର ଅପରେସନ ଗୁଡାକ ଏଠାରେ ହୋଇ ପାରୁଥିଲା । ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର, ଶିଶୁରୋଗ ବିଶେଷଜ୍ଞ ଡାକ୍ତର,ଭେଷଜ ବିଭାଗ ଡାକ୍ତର ଏବଂ ରଂଜନରଶ୍ମି ଯନ୍ତ୍ରାଂଶ ଏବଂ କର୍ମଚାରୀ ମହଜୁଦ ରହୁଥିଲେ । କିନ୍ତୁ ସଭ୍ୟତାର ଆଧୁନିକୀକରଣ ସହିତ ମୌଳିକ ସମସ୍ୟାର ବିକାଶ ପରିବର୍ତ୍ତେ ବିନାଶ ଘଟିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକଟ ହେଉଛି । ବର୍ତ୍ତମାନ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର କର୍ମଚାରୀ ଏବଂ ଆବଶ୍ୟକୀୟ ସୁବିଧା,ଯନ୍ତ୍ରାଂଶର ଘୋର ଅଭାବ ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟାରେ ଯନ୍ତ୍ରଣା ଭୋଗୁଛନ୍ତି ଜନତା । ଅତି ସାଧାରଣ ରୋଗର ନିରାକରଣ ପାଇଁ ସୁଦୂର ଭବାନୀପାଟଣା ସଦର ମହକୁମା ଡାକ୍ତରଖାନା ଉପରେ ନିର୍ଭରଶୀଳ ହେବାକୁ ପଡୁଛି । ଏହିପରି ସ୍ଥଳେ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ସରକାରଙ୍କର ସର୍ବୋତ୍ତମ ସେବା ୫ଟି ରେ ସାମିଲ କର ନଯିବା ସ୍ଥାନୀୟ ଜନସାଧାରଣ ସହଜେ ଗ୍ରହଣ କରି ପାରୁ ନାହାଁନ୍ତି । ଲାଞ୍ଜିଗଡ଼ ବିଧାୟକ ଏହି ଅଞ୍ଚଳର ବାସିନ୍ଦା ହୋଇଥିବା ସ୍ଥଳେ ନିଜ ମାତୃଭୂମିକୁ ପ୍ରତ୍ୟେକ ଉନ୍ନୟନ ମୂଳକ କାର୍ଯ୍ୟରେ ଅଣଦେଖା କରୁଥିବାରୁ ଜନ ସାଧାରଣଙ୍କର ମନରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳୁଛି ।