କଳାହାଣ୍ଡି-(ଅରୁଣ କୁମାର ସାହୁ):- କଳାହାଣ୍ଡି ଜିଲ୍ଲା ଥିଆମୂଲ୍ ରାମପୁର ବ୍ଲକ ଅନ୍ତର୍ଗତ ମହୁଲ ପାଟଣା ଠାରେ ଯୁବରାଜ ପୁର ସେବା ସମବାୟ ସମିତି ପକ୍ଷ ରୁ ସମିତି ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ ମେଳା ଶ୍ରୀ ଲକ୍ଷ୍ମଣ ମାଝୀ ଙ୍କ ନେତୃତ୍ୱରେ ମହୁଲ ପାଟଣା ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଥିଲା l ଏହି ଋଣ ମେଳା କାର୍ଯ୍ୟ କ୍ରମରେ , ଭବାନୀପାଟଣା ମଣ୍ଡଳର ଏ. ଆର. ସି. ଏଚ୍ ର ସହକାରୀ ନିବନ୍ଧକ ମଧୁସୂଦନ ମେହେର ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ଥିବା ବେଳେ, ସମ୍ମାନିତ ଅଥିତି ଭାବେ ପାଡେପଦର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀଯୁକ୍ତ ମୋହନ କୁମାର ସାଗର, ଗୋପୀନାଥପୁର ସରପଞ୍ଚ ଧନିଶିଙ୍ଗ ମାଝୀ, ଯୋଗ ଦେଇଥିଲେ l ସମବାୟ ସମିତି ପକ୍ଷରୁ, ସମବାୟ ବ୍ୟାଙ୍କର ନିରିକ୍ଷୀକ ରାଜେଶ୍ ପ୍ରଧାନ , ମଙ୍ଗଳପୁର ଫେକ୍ସ ସେକ୍ରେଟାରୀ ରାଧାମୋହନ ସାହୁ , ବାନେର ଫେକ୍ସ୍ ର ସେକ୍ରେଟାରୀ ଉଦିତ ନାରାୟଣ ରାଉତ, ଯୁବରାଜପୁର ଲ୍ୟାମ୍ପ୍ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଯୁକ୍ତ ଲକ୍ଷ୍ମଣ ମାଝୀ,ଓ ଡି. ଇ. ଓ ବିଜୟ ନାୟକ ଉପସ୍ଥିତ ଥିଲେ l ଏହି ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କ ସେବା ଓ ଋଣ କର୍ମ ଶାଳା ରେ ନିବନ୍ଧକ ଶ୍ରୀ ମେହେର ଉପସ୍ଥିତ ଜନସାଧାରଣ ଙ୍କୁ ରାଜ୍ୟ ସରକାର ଙ୍କ ତରଫରୁ ଖ୍ରୁଦ୍ର ଚାଷୀ ମାନଙ୍କୁ ଏକ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ବିନା ସୁଧ ରେ ଋଣ ଦିଆଯିବା ସହିତ ବୃହତ ଚାଷୀ ମାନଙ୍କୁ ତିନି ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ଦୁଇ ପ୍ରତିଶତ ମଧ୍ୟରେ ଋଣ ଦେବା କୁ ସରକାର ନିଷ୍ପତି ନେଇଥିବା ବିଷୟରେ ଚାଷୀ ମାନଙ୍କୁ ଅବଗତ କରାଇଥିଲେ ଓ ଛେଳି ଚାଷ, କୁକୁଡ଼ା ଚାଷ, ଗାଈ ଚାଷ, ଆମ୍ବ ବଗିଚା ଚାଷ, କଦଳୀ ଚାଷ, ଏବଂ ଦକାନ ଋଣ ସହିତ ଅନ୍ୟାନ୍ୟ ଋଣ ମଧ୍ୟ ଦେବାର ବ୍ୟବସ୍ଥା ରହିଛି ବୋଲି ବୁଝାଇଥିଲେ l ଏହି ସମବାୟ ସମିତି ଋଣ କର୍ମ ଶାଲା ମେଳା ରେ ଆଠ ଗୋଟି ଗ୍ରାମ ପଞ୍ଚାୟତ ରୁ ଶତାଧିକ ଲୋକ ମାନେ ଯୋଗ ଦେଇଥିଲେ, ଋଣ ମେଳା ର ମଞ୍ଚ ପରିଚାଳନା କରିଥିଲେ ଉଦିତ ନାରାୟଣ ରାଉତ l