ଆଦିବାସୀ ଛାତ୍ରଛାତ୍ରୀ ସମସ୍ୟାର ସମାଧାନ ପାଇଁ ବ୍ଲକ ସମ୍ମୁଖରେ ବିକ୍ଷୋଭ

ଠାକୁରମୁଣ୍ଡା, (ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ) ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ମୌଳିକ ସମସ୍ୟା ର ସମାଧାନ କରିବାକୁ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ସମ୍ମୁଖରେ ସଚେତନ ନାଗରିକ ଙ୍କ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଛି । ତେବେ ସଚେତନ ନାଗରିକ ପକ୍ଷରୁ ଠାକୁରମୁଣ୍ଡା ମା ବସୁଳି ପୀଠ ସମ୍ମୁଖ ରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ ସମ୍ମୁଖରେ ପହଞ୍ଚି ଥିଲା । ସେଠାରେ ଠାକୁରମୁଣ୍ଡା ଅଞ୍ଚଳ ର ବିଭିନ୍ନ ବିଦ୍ୟାଳୟ ଗୁଡିକ ରେ ରହି ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହୋଇ ଆସୁଥିବା ସେ ନେଇ ଅନୁଷ୍ଠିତ ସଭାରେ ମତବ୍ୟକ୍ତ କରିଥିଲେ । ଗତ ଅକ୍ଟୋବର ମାସ ୨୩ ତାରିଖ ଦିନ ଠାକୁରମୁଣ୍ଡା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିସର ରେ ଥିବା ଆଦିବାସୀ ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଆଦିବାସୀ ଛାତ୍ରୀ ନିବାସ ରେ ଛାତ୍ରୀ ମାନେ ଖାଇବାକୁ ନ ପାଇ ଚାଲି ଚାଲି ଆସି ବ୍ଲକ ସମ୍ମୁଖରେ କାନ୍ଦିବା ଘଟଣା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପରେ ଘଟଣା ଲୋକ ଲୋଚନ କୁ ଆସି ଥିଲା । ସେହିପରି ଚମକପୁର ଠାରେ ଥିବା ଆଦିବାସୀ ଛାତ୍ରୀ ବିଦ୍ୟାଳୟ ରେ ଦୀର୍ଘ ବର୍ଷ ଧରି ଭିତ୍ତିଭୂମି ଅଭାବ ରୁ ଛାତ୍ରୀ ମାନେ ଶୋଇବା ପାଇଁ ଖଟ ଓ ଆବଶ୍ୟକ ଶୌଚାଳୟ ସୁବିଧା ନଥିବା , ହଷ୍ଟେଲ ମାନଙ୍କ ରେ ଦିଆ ଯାଉଥିବା ଖାଦ୍ୟ ନିମ୍ନ ମାନର ଥିବା ନେଇ ସଚେତନ ନାଗରିକ ଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି।ଏବଂ ଏ ସଂକ୍ରାନ୍ତରେ ଏକ ଦାବୀ ପତ୍ର ଠାକୁରମୁଣ୍ଡା ବିଡ଼ିଓ ଙ୍କ ଜରିଆ ରେ ରାଜ୍ୟପାଳ ଙ୍କୁ ପ୍ରଦାନ କରାଯାଇଛି।