ରାଇରଙ୍ଗପୁର ଠାରେ ପଶ୍ଚିମ ମୟୁରଭଞ୍ଜ ନୂତନ ଜିଲ୍ଲା ଗଠନ ପାଇଁ ଦାବୀ ନେଇ ବୈଠକ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) ରାଇରଙ୍ଗପୁର ପି ସି ଏମ୍ କ୍ଲବ କଲ୍ୟାଣ ମଣ୍ଡପ ଠାରେ ପଶିମ ମୟୁରଭଞ୍ଜ ନୂତନ ଜିଲ୍ଲା ଗଠନ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ବାର ସଙ୍ଘ ଅଧ୍ୟକ୍ଷ ଅକ୍ଷୟ କୁମାର ମହାନ୍ତି ,ସମ୍ମାନିତ ଅତିଥି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ବରିଷ୍ଠ ଆଇନଜିବୀ ରସାନନ୍ଦ ଲେଙ୍କା, ପୂର୍ବତନ ବିଧାୟକ ପହଲ୍ଲାଦ ପୂର୍ତ୍ତି, ଉପାଧକ୍ଷା ନମିତା ଚୌଧୂରୀ, ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ ଯୋଗ ରାଇରଂଗପୁର ଭଳି ଆଦିବାସୀ ଅଂଚଳରେ ପଶ୍ଚିମ ମୟୂରଭଂଜ ଜିଲ୍ଲା ହେଲେ ଆମ ଅଂଚଳ ଉନ୍ନତି ହେବ ତା ସହିତ କୌଣସି କାର୍ଯ୍ୟରେ ସୁଦୂର ବାରିପଦା ଯିବାକୁ ପଡିବନି । ପରବର୍ତ୍ତି ସମୟରେ ଏକ କମିଟୀ ଗଠନ କରାଯାଇ ଏହାକୁ ବଳିଷ୍ଠ ରୂପରେଖ କରାଯିବ । ସଭାରେ ନବୀନ କୁମାର ରାମ,ବ୍ଲକ୍ ଅଧକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ୍, ମନୋରଂଜନ ମହାନ୍ତି, ମନୁ ଚୌଧୂରୀ, ରତିକାନ୍ତ ପରୀକ୍ଷା, ପ୍ରଭାସ କୁମାର କବି, ତନୁଜା ମହାନ୍ତ ଓ ବାର ସଂଘ ଉପାଧକ୍ଷ ମଧ୍ୟ ଯୋଗ ରାଇରଂଗପୁରରେ ନୂତନ ପଶ୍ଚିମ ମୟୂରଭଂଜ ଜିଲ୍ଲା କୁ ସ୍ବାଗତ କରିବା ସହ ଏହାର କଳେବର ବୃଦ୍ଧି ପାଇଁ ସମସ୍ତଙ୍କୁ ଜଣାଇଥିଲେ । ଏହା ଆମର ଜିଲ୍ଲା ଓ ଆମର ଉନ୍ନତି କଲେ ଏହା ଗଠନ କରାଯିବାର ଉଦେଶ୍ୟ ବୋଲି କହିଥିଲେ ା ଏଥିରେ ସଭାକାର୍ଯ୍ୟ ର ପରିଚାଳନା, ସଂଯୋଜନା ଓ ଆବାହକ ଅଧ୍ୟାପକ ବିଜୟ ରାମ ଥିଲେ । ମଞ୍ଚାଶିନ ଅତିଥିଗଣ ଏ ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ,ରାଜ୍ୟପାଳ, ରାଷ୍ଟ୍ରପତି, ମୁଖ୍ୟ ଶାସନ ସଚିବ ଙ୍କୁ ଦାବୀପତ୍ର ଦିଆଯିବାର ଯୋଜନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଗୌରବ ଅଗ୍ରୱାଲ,ଜୟନ୍ତ ମହାନ୍ତ, ଦୀପ୍ତିମାନ ବଳ, କାଳୀପ୍ରସନ୍ନ ମହାନ୍ତି, ନିଗମାନନ୍ଦ ପଟ୍ଟନାୟକ, କିଶୋର ରଜକ, ଲାଲ ବାବୁ ସାଓ,ସଂଜୀବ ମହାନ୍ତି,
,ପ୍ରମୁଖ ସହଯୋଗ କରିଥିଲେ ାଏହି ମହନୀୟ କାର୍ଯ୍ୟକ୍ରମରେ ବିଭନ୍ନ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।