ରାଇରଙ୍ଗପୁର,( ଶ୍ୟାମଳେନ୍ଦୁ ପରିଡା ଙ୍କ ରିପୋର୍ଟ) ମୟୁରଭଞ୍ଜ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଜାତଳା ବ୍ଲକ୍ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ନାର୍ଯ୍ୟଦାବୀ ନେଇ ଆଜି ବିଜାତଳା ବୈଙ୍କ ଅଫ ଇଣ୍ଡିଆ ସମୁଖରୁ ବିରାଟ ଶୋଭାଯାତ୍ରାରେ ବାହାରି ବିଜାତଳା ବ୍ଲକ୍ ଶିକ୍ଷା ଅଧିକାରୀ ନିକଟକୁ ପହଂଚିଥିଲେ । ସେଠାରେ ପହଞ୍ଚି ସେମାନଙ୍କ ଦାବୀ ପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ମୁଣ୍ଡା ଙ୍କୁ ପ୍ରଦାନ କରିଥିଲେ ସେମାନେ ୨୦୦୧ ମସିହାରୁ ପ୍ରାଥମିକ ଶିକ୍ଷକ ଶିକ୍ଷା ସହାୟକ ରୂପେ କାର୍ଯ୍ୟ କରିଆସୁଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଠିକା ଶିକ୍ଷକ ନିଯୁକ୍ତିକୁ ହଟାଯାଉ ଓ ସେମାନଙ୍କୁ ସେମାନଙ୍କର ଚାକିରୀ ର ଦରମା ଗ୍ରେଡ୍ ପେ ବଢାଯାଉ ବୋଲି ଜଣାଇଥିଲେ । ସେମାନଙ୍କର ତିନି ଦଫା ଦାବୀ ମଧ୍ୟରେ ପ୍ରଥମତଃ ପ୍ରାଥମିକ ଶିକ୍ଷକ ଭାବେ ସେମାନେ ୨୦୦୧ ରୁ ଅଛନ୍ତି ଯେପରି ଭାବେ ଶିକ୍ଷା ସହାୟକ ଅବା ଜୁନିୟର ଶିକ୍ଷକ ଅବା ସ୍ବେଚ୍ଚାସେବୀ ଶିକ୍ଷା ସହାୟକ କାର୍ଯ୍ୟ କରୁଛନ୍ତି । ଠିକା ଶିକ୍ଷକ ନିଯୁକ୍ତି ଉଛେଦ କରାଯାଉ । ପୁଣି ସେମାନଙ୍କୁ ଯେଉଁ ସରକାରୀ ସୁବିଧା ସୁଯୋଗ ଦେବା କଥା ତାହା ଦିଆଯାଉ । ଦ୍ବିତୀୟତଃ ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରିୟ ଦରମା ₹୩୫,୪୦୦ ଟଙ୍କା ଦିଆଯାଉ ।ଶେଷଟି ପୁରୁଣା ପେନସନ ଯୋଜନା କୁ କାର୍ଯ୍ୟକାରୀ କରାଯାଉ । ଏଥିରେ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ କାରୁ ବାସ୍କେ, ହୀରାମଣି ହେମ୍ବ୍ରମ୍, ଭବାନୀ ଶଂକର ଗିରି,କିଶୋର ପାତ୍ର, ନନ୍ଦିତା ଦତ୍ତ, କସ୍ତୁରୀ ମହାନ୍ତ, ଟିକିମଣି ମହାନ୍ତ ଓ ବାବୁଲାଲ ବୈଠା ପ୍ରମୁଖ ଅଟନ୍ତି ।