ମୁଖିଗୁଡ଼ା ଅଞ୍ଚଳ ରେ ଚୈତ୍ର ପର୍ବ ଘଟ ଯାତ୍ରା ପାଳିତ

ଜୟ ପାଟଣା (ଅରୁଣ କୁମାର ସାହୁ) :- କଳାହାଣ୍ଡି ର ଧାର୍ମିକ ଓ ସଂସ୍କୃତି ପରମ୍ପରାର ଅନୁସାରେ ଗ୍ରାମବାସୀମାନଙ୍କ ର ଆସ୍ଥା ଓ ବିଶ୍ବାସ ର ପର୍ବ ଚୈତ୍ର ପର୍ବ ଘଟ ଯାତ୍ରା ମହା ଆଡ଼ମ୍ବର ସହ ପାଳିତ ହୋଇଯାଇଛି। ତାଳଗୁଡ ଗ୍ରାମ ଓ ମୁଖିଗୁଡ଼ା ଗ୍ରାମ ରେ ଅଧିଷ୍ଟାତ୍ରୀ ଦେବି ମା ଡୋକରୀ ତାଳଗୁଡ ଗ୍ରାମ ଠାରେ ପୂଜା ପାଇଥିବା ବେଳେ ଓ ମା ଠାକୁରାଣୀ ମୁଖିଗୁଡ଼ା ଗ୍ରାମ ଠାରେ ପୂଜା ପାଇ ଆସୁଛନ୍ତି। ରୀତିନୀତି ଅନୁଯାୟୀ ପ୍ରତି ବର୍ଷ ମଙ୍ଗଳ ବାର ଦିନ ଚୈତ୍ର ପର୍ବ ଘଟ ଯାତ୍ରା ପାଳନ ଆକାରରେ ମା ଦୁହିଁଙ୍କୁ ମନ୍ଦିର ରେ ପୂଜାର୍ଚ୍ଚନା ପରେ ପ୍ରତିମା ସ୍ଵରୁପ ଘଟକୁ କୁଆଁରୀକନ୍ୟା ଦ୍ଵାରା ଗ୍ରାମ ପରିକ୍ରମା କରାଯାଇଥାଏ। ଏହି ସମୟ ରେ ଗ୍ରାମ ର ଭକ୍ତ ମାନେ ପ୍ରତ୍ୟେକ ଘର ସମ୍ମୁଖ ରେ ମାଙ୍କ ଘଟ କୁ ନିଜ ନିଜ ମନସ୍କାମନା ଜଣାଇବା ସହ ହୁଳହୁଳି ଫୁଲ, ଚନ୍ଦନ, ସିନ୍ଦୂର, ଭୋଗ ଅର୍ପଣ, ପଣା ପାଣି, କ୍ଷୀର ସହ ବନ୍ଧାପନା କରି ପୂଜାର୍ଚ୍ଚନା କରିଥାନ୍ତି। ଏହି ଦିନ ଚଳଚଞ୍ଚଳ ହୋଇ ଉଠେ ସମଗ୍ର ଗାଆଁ। ବିଶ୍ବାସ ଅଛି ମା ଙ୍କ ଘଟ କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ଏବଂ ମା ଦୁହେଁ ଙ୍କ ଗ୍ରାମ ପରିକ୍ରମା ଯାତ୍ର ଶେଷରେ ଅଧିଷ୍ଟାତ୍ରୀ ଦେବୀ ମା ଡୋକରୀ ନିଜ ଭଉଣୀ ମା ଠାକୁରାଣୀ ଙ୍କୁ ଭେଟିବା ପାଇଁ ତାଙ୍କ ପୀଠ କୁ ଯାଇଥାନ୍ତି ଓ ମା ଦୁହିଁଙ୍କୁ ସେଠାରେ ଭୋଗ ଅର୍ପଣ, ଧୂପ ସହ ପୂଜାର୍ଚ୍ଚନା କରାଯାଇ ଥାଏ। ଶେଷରେ ମା ଦୁହିଁ ନିଜ ପୀଠ ତା ଆରଦିନ ଅର୍ଥାତ ଶୁକ୍ର ବାର ଦିନ ମାନସିକ ଥିବା ଭକ୍ତ ମାନେ କୁକୁଡ଼ା, ପାର, ବୁଦା ମା ପାଖରେ ବଳି ଦେଇ ଥାନ୍ତି।ଏହା ହିଁ ମା ଙ୍କ ପ୍ରତି ବିଶ୍ବାସ ଓ ପରମ୍ପରା ରହି ଆସିଥିବାରୁ ଗ୍ରାମବାସୀ ଓ ଭକ୍ତ ମାନେ ଚୈତ୍ର ପର୍ବ ଘଟ ଯାତ୍ରା ପାଳିତ କରିଆସୁଛନ୍ତି।