କେଗାଁ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା ତାଲିମ ପ୍ରସ୍ତୁତି ଆରମ୍ଭ

କଳାହାଣ୍ଡି,୧୬/୧ (ପ୍ୟାରିଲାଲ ଦୁର୍ଗା):-କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ତ କେଗାଁ ବନାଞ୍ଚଳରେ ପକ୍ଷୀ ଗଣନା ଆସନ୍ତା ୧୮ ଜାନୁଆରୀରେ ହେବାକୁ ଥିବାବେଳେ ବିଭାଗ ପକ୍ଷରୁ ପକ୍ଷୀ ଗଣନା ତାଲିମ କାର୍ଯ୍ୟକ୍ରମ ଆରମ୍ବ ହୋଇଛି। ଆଜି ସକାଳ ପ୍ରାୟ ୬ ଟାରୁ କେଗାଁ ବନବିଭାଗର ପାଞ୍ଚଟି ସେକ୍ସନରେ ପକ୍ଷୀ ଗଣନା ପ୍ରକ୍ରିୟା ଆରମ୍ଭ ପୂବରୁ ଡେମୋ ମାଧ୍ୟମରେ ସମସ୍ତଙ୍କୁ ସଚେତନତା କରାଯାଇଥିଲା । କେଗାଁ ସେକ୍ସନର କରଞ୍ଜକୋଟ ଏମ ଆଇ ପି ,ଗରଗାବର ରାମଚନ୍ଦ୍ରପୁର ଡେମ୍,ଗୋଲାମୁଣ୍ଡାର ଖଲିଆକାନି ସାଗର, ଦଶପୁରର ଦେଝର ମହିମା ସାଗର,ର୍ବୋର୍ଡାର ବାଲିପାଟି ଡେମରେ ପକ୍ଷୀ ଗଣନା ଉପରେ ତାଲିମ ଦିଆଯାଇଥିଲା । ଏଥିରେ ବନାଞ୍ଚଳ ଅଧିକାରୀ ଚିନ୍ମୟ କୁମାର ଗର୍ତ୍ତିଆ ସମସ୍ତ କର୍ମଚାରୀ ଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଶୀତଋତୁରେ ବାହାର ଦେଶରୁ ବିଭିନ୍ନ ପ୍ରଜାତିର ବିଦେଶି ପକ୍ଷୀ ଏଠାକୁ ଆସିଥାନ୍ତି। ତାହାକୁ ଦୃଷ୍ଟିରେ ରଖି ବନାଞ୍ଚଳ ଅଧିନସ୍ତରେ ଥିବା କେତୋଟି ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପକ୍ଷୀ ଗଣନା ବିଷୟରେ ଓ ବିଦେଶା ଗତ ପକ୍ଷୀ, ଆମ ଅଞ୍ଚଳରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ପକ୍ଷୀ ମାନଙ୍କ ଭେଦ,ଆସନ, ସେମାନଙ୍କ ଖାଦ୍ୟ,ନାମ, ବର୍ଣ୍ଣ ଉପରେ ବିଶେଷ ଭାବରେ ଶ୍ରୀ ଗର୍ତିଆ ବୁଝାଇଥିଲେ। ଏଥିରେ ବନବିଭାଗ ପକ୍ଷରୁ ବନପାଳ ରମେଶ କୁମାର ପଣ୍ଡା, ରୁଦ୍ରପ୍ରସାଦ ଗହିର, ପ୍ରଦୀପ କୁମାର ବିଶି, ରମେଶ ଚନ୍ଦ୍ର ବାଗ, ପୂଣ୍ୟ ଯାନି,ବନରକ୍ଷୀ ଇନ୍ଦୁଭୂଷଣ ଧାଙ୍ଗାଡା ମାଝୀ, ସୁଶିଲ କୁମାର ମହାନନ୍ଦ,ସୁନୀତା ପୁଟେଲ, ରୀନାରାଣୀ ପ୍ରଧାନ, ମୃତୁଞ୍ଜୟ କବିର, ଭଗବାନ ସେଠୀ, କିଶୋର କୁମାର୍ ଛତ୍ରିଆ,ଜିତେନ୍ଦ୍ର ନାଏକ ଓ ଆମ ଜଙ୍ଗଲ ଯୋଜନା ଦଳପତି ବିକାଶ କୁମାର ତାଣ୍ଡି, ତୁଲରାମ ବାଗ, ଲୋଚନ ଶବର, ଥବିର୍ ଚନ୍ଦନଙ୍କ ସହ ସମସ୍ତ ବନ କର୍ମଚାରୀ ସହଯୋଗ କରିଥିଲେ।