ବୌଦ୍ଧ:ଦୀର୍ଘ ବର୍ଷର ଏହି ସଙ୍ଘର୍ଷ ପୂର୍ଣ୍ଣ ଯାତ୍ରା ଥିଲା ନିଆରା।ଏହି ସମୟ ମଧ୍ୟରେ ସଂଗଠନର ସମସ୍ତ ମହାନ ବ୍ୟକ୍ତିତ୍ଵ ଯିଏ ନିଜକୁ ଦେଶ ଓ ସଂଗଠନ ପାଇଁ ସମର୍ପଣ କରି ଭାରତୀୟ ଜନତା ପାର୍ଟିକୁ ଆଜି ବିଶ୍ଵର ସର୍ବବୃହତ୍ ରାଜନୈତିକ ଦଳ ରୂପେ ଗଢି ତୋଳିଛନ୍ତି, ସେହି ମହାନ ବ୍ୟକ୍ତିତ୍ଵଙ୍କୁ କୋଟି ପ୍ରଣାମ ଜଣାଇଥିଲେ । ସେମାନଙ୍କ ତ୍ୟାଗ ଓ ବଳିଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ଏବଂ ଆମ ସମସ୍ତଙ୍କୁ ପ୍ରେରଣା ଦେଉଥିବ। “ସେବା ହିଁ ସଂଗଠନ” ସଂକଳ୍ପ ନେଇ ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ନିରନ୍ତର କାର୍ଯ୍ୟ କରି ଚାଲିଛନ୍ତି। ଦଳକୁ ଆହୁରି ଆଗକୁ ନେବାପାଇଁ ଆମ ସମସ୍ତଙ୍କ ଉଦ୍ୟମ ଏମିତି ଜାରି ରହିବ ବକ୍ତବ୍ୟ ରଖିଥିଲେ । ଆଜିର କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନାଇ ଚରଣ ଡାଙ୍ଗ, ୪ ନମ୍ବର ଜୁନ ଜିଲ୍ଲା ପରିଷଦ ସଭ୍ୟ ଇଂ ରାକେଶ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ମଣ୍ଡଳ ସଭାପତି ଯୀଶୁ ପଧାନ, ନିରଞ୍ଜନ କର୍ଣ୍ଣ, ପଞ୍ଚମନ ଜଗଦଳା, ଯୁବନେତା ତ୍ରିବିକ୍ରମ ମହାକୁଳ, ତୋଷିତ ଡାଙ୍ଗ, ଅଜିତ ମହାକୁଳ ପ୍ରମୁଖ ଯୋଗ ଦେଇଥିଲେ ।