ଗୁଣପୁର,(ସିଦ୍ଧାର୍ଥ ଦାଶ): ଗୁଣପୁର ସହରରେ ଦୁର୍ବୃତ୍ତମାନେ ଚୋରି କରି ଲୁଟପାଟ କରୁଥିବା ବେଳେ ବର୍ତ୍ତମାନ ଗ୍ରାମାଞ୍ଚଳରେ ମଧ୍ୟ ଏହା ବୃଦ୍ଧି ପାଉଛି। ଗତକାଲି ବିଳମ୍ବିତ ରାତିରେ ଗୁଣପୁର ବ୍ଲକର ଚାଲକମ୍ବା ଗ୍ରାମରେ ଚୋରି ହୋଇଥିବା ଅଭିଯୋଗ ହୋଇଛି ଗ୍ରାମର ସବିତା ଶବର ସପରିବାରଙ୍କ ସହ ଗୁଡ଼ାରୀ କୌଣସି କାର୍ଯ୍ୟରେ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ପ୍ରାୟ ନଗଦ ୧ଲକ୍ଷ ଟଙ୍କା ସହ ୩ ତୋଳା ସୁନା ଓ ଘରର କାଗଜପତ୍ର ଚୋରି କରି ନେଇଥିବା ନେଇ ଆଜି ଥାନାରେ ଅଭିଯୋଗ ହୋଇଛି । ଏନେଇ ଗୁଣପୁର ଥାନା କେଶ ନଂ ୨୩୩ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ନିଳାମ୍ବର ଜାନୀ ସୂଚନା ଦେଇଛନ୍ତି । ଗୁଣପୁର ଥାନାର ଏସ୍.ଆଇ ରୁଦ୍ର ମାଧବ ମୁଦୁଲି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଆଜି ରାୟଗଡ଼ାରୁ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ୍ ଡକାଇ ତଦନ୍ତ ଆରମ୍ଭ କରାଯାଇଥିଲା। ଏହାର ତଦନ୍ତ ଜାରି ରହିଛି ବୋଲି ଥାନାର ଏସ.ଆଇ କହିଛନ୍ତି ।