ଗୁଣପୁର,(ସିଦ୍ଧାର୍ଥ ଦାସ): ଗୁଣପୁର ସ୍ଥାନୀୟ ଥାୟାରମା ମହିଳା ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଶୀତକାଳୀନ ସ୍ୱତନ୍ତ୍ର ଶିବିରର ଆଜି ଦ୍ୱିତୀୟ ଦିନରେ ଲିମାମେଡା ଗ୍ରାମରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ସିୟା ଯୋଗଦେଇ ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଅବଗତ କରାଇଥିଲେ । ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ସନ୍ତୋଷ ବିଶ୍ୱାସରାୟ ଓ ଇଂରାଜୀ ଅଧ୍ୟାପକ ଦୁର୍ଗାପ୍ରସାଦ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗ୍ରାମରେ ସାମୁହିକ ସଫେଇ କରାଯାଇଥିଲା। ସେବା ଯୋଜନାରେ ଅନ୍ତର୍ଭୁକ୍ତ ଛାତ୍ରୀ ଓ କର୍ମକର୍ତ୍ତା ମାନେ ହାତରେ ଝାଡୁ ଧରି ସାହି ସାହି ବୁଲି ପରିବେଶକୁ ପରିଛନ କରିଥିଲେ। ଅପରାହ୍ନରେ ଶୋଭାଯାତ୍ରାରେ ବାହାରି ପ୍ରତ୍ୟେକ ଘର ଘର ବୁଲି ପରିବେଶ ଓ ଘର ଚତୁଃପାର୍ଶ୍ଵକୁ କିପରି ପରିଷ୍କାର ପରିଛନ ରଖିବା, ଅପରିଷ୍କାରର କୁପରିଣତି ସମ୍ପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଗ୍ରାମର ଯୁବ ସମାଜସେବୀ ଅଜିତ ମହାନ୍ତି, ୱାର୍ଡ ସଭ୍ୟ ଗୌର ସେନାପତି, ସନ୍ତୋଷ ପଣ୍ଡା ବାଳ ନିକେତନ ଅନୁଷ୍ଠାନ ପରିଚାଳକ ଅକ୍ଷୟ ରଞ୍ଜନ ମହାନ୍ତି ପ୍ରତ୍ୟେକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ