ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଅଧ୍ୟୟନ ରତ ୧୯୯୨ ବ୍ୟାଚ +୩ କଳା ବିଭାଗର ପ୍ରଥମ ବନ୍ଧୁ ଓ ପରିବାର ମିଳନ ଉତ୍ସବ ବାରଖମା ସ୍ଥିତ ଏକ ଫାର୍ମ ହାଉସରେ ଆୟୋଜିତ ହୋଇଯାଇଛି l ଏହି ଉତ୍ସବରେ ପାଖାପାଖି ୩୦ଟି ପରିବାରର ୧୦୦ ଜଣ ସଦସ୍ୟ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଓଡ଼ିଆ ବିଭାଗ ଅଧ୍ୟାପକ ଡ଼ଃ.ମଧୁସୂଦନ ମହାପାତ୍ର, ଇତିହାସ ବିଭାଗର ଅବସର ପ୍ରାପ୍ତ ଅଧ୍ୟାପକ ପ୍ରତ୍ୟୁଷ ରଞ୍ଜନ ଶତପଥୀ ଯୋଗ ଦେଇଥିଲେ l ଉଭୟ ଅଧ୍ୟାପକଙ୍କୁ ଉପଢୌକନ ସହିତ ସମ୍ମାନିତ କରାଯାଇଥିଲା l ଉପସ୍ଥିତ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଶିକ୍ଷକ ମାନଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ଗ୍ରହଣ କରିଥିଲେ l ଉଭୟ ଅଧ୍ୟାପକ ଅତ୍ୟନ୍ତ ଭାବାବେଗ ସହିତ ବିଗତ ଦିନର ସ୍ମୃତି ଚରଣ କରିଥିଲେ l ସ୍ୱାଦିଷ୍ଟ ବ୍ୟଞ୍ଜନ ସହିତ ହସ ଖୁସିର ଏକ ଅପୂର୍ଵ ବାତାବରଣ ସମସ୍ତଙ୍କୁ ବିମୋହିତ କରିଥିଲା l ଏହି କାର୍ଯ୍ୟକ୍ରମରେ ଗୋପାଳ ଚନ୍ଦ୍ର ପାତ୍ର, ଅନନ୍ତ ପ୍ରସାଦ ମଲ୍ଲିକ, ଦୁଃଖିଶ୍ୟାମ ମହାରଣା, ପ୍ରଭାତ ସାହୁ, ରମେଶ ଚନ୍ଦ୍ର ଓଝା, ସନ୍ତୋଷ କୁମାର ସୁଆର, ପଦ୍ମଲୋଚନ ପଣ୍ଡା, ବନବାସୀ ବାରିକ, ରାଧାକୃଷ୍ଣ ପଟ୍ଟନାୟକ, ଶରତ ଚନ୍ଦ୍ର ପାଢ଼ୀ, ପ୍ରମୋଦ କୁମାର ସାହୁ, ଜେ.ପ୍ରକାଶ ରାଓ, ଚନ୍ଦ୍ର ପ୍ରଧାନ, ଅଶୋକ ସାହୁ, ଧିରେନ ଦିଗାଲ, ପୁଷଞ୍ଜଳି ଦାସ, ମଧୁମିତା ପାତ୍ର ଶୁଭାରାୟ, ଶଶୀ ଦାସ, କ୍ରିଷ୍ଣା ଆଚାର୍ଯ୍ୟ, ପୁର୍ଣ୍ୟl ବତୀ ଗୌଡ଼ଙ୍କ ସମେତ ଅନେକ ବନ୍ଧୁ ବାନ୍ଧବୀ ସଂଗଠିତ ହୋଇ ପରିଚାଳନା କରିଥିଲେ l ସମସ୍ତ ବନ୍ଧୁ ବାନ୍ଧବୀ ମାନଙ୍କ ଉପସ୍ଥିତ ଓ ସହଯୋଗ ଫଳରେ କାର୍ଯ୍ୟକ୍ରମଟି ମନୋମୁଗ୍ଧରେ, ସ୍ମରଣୀୟ ଓ ସଫଳ ହୋଇପାରିଥିଲା l ଆଗାମୀ ଦିନରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ବନ୍ଧୁ ମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା