ଭୁବନେଶ୍ୱର ୧୫/୦୫ : ବଡ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ଶନିବାର ଅପରାହ୍ନ ୪ଟା ୩୦ରେ ମୁଖ୍ୟ ଶାସନ ସଚିବ କିଛି ବଡ ଘୋଷଣା କରିବେ ବୋଲି ସୂଚନା ମିଳିଛି । ଲକ୍ଡାଉନ୍ ଅବଧି ବଢ଼ି ପରେ ବୋଲି ଚର୍ଚ୍ଚା ହୋଉଛି।
ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଗତ ୨୪ ଘଣ୍ଟାରେ ୧୧ହଜାରରୁ ଅଧିକ ପଜିଟିଭ୍ କେସ୍ ବାହାରିଥିବା ବେଳେ ୨୧ ଜଣଙ୍କ ଜୀବନ ଯାଇଛି । ରାଜ୍ୟରେ ସଂକ୍ରମଣ ପ୍ଲାଟୋ ଷ୍ଟେଜରେ ଥିଲେ ମଧ୍ୟ କେତେବେଳେ କମବେଶୀ ମଧ୍ୟ ହେଉଛି ।ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଲକ୍ଡାଉନ୍ ଜାରି କରାଯାଇଛି । କରୋନା ଜନିତ ବିପଦ ରହିଥିବା ସତ୍ତ୍ୱେ ଅନେକ ବ୍ୟକ୍ତି ନିୟମ ମାନୁ ନାହାଁନ୍ତି । ଗାଇଡଲାଇନ୍ ପାଳନ କରୁନାହାଁନ୍ତି । ଫଳରେ ସଂକ୍ରମଣ ବ୍ୟାପୁଥିବା ଦେଖିବାକୁ ମିଳିଛି । ଯାହା ଚିନ୍ତା ବଢାଇଦେଇଛି ।
ପୂର୍ବରୁ ଏହାକୁ ଦୃଷ୍ଟିରେ ରଖି ଗତ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସରକାର ଲକଡାଉନ୍ ଲାଗୁ କରୁଥିଲେ । ହେଲେ ଏହାସତ୍ତେ୍ୱ କରୋନା ସଂକ୍ରମଣରେ ବ୍ରେକ୍ ଲାଗି ପାରିଲା ନାହିଁ । ବର୍ତ୍ତମାନ ସମୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୨ହଜାର ପାର୍ କରୁଛି । ତେଣୁ ଆଜିର ପ୍ରେସମିଟ୍ ରେ ସରକାର ଜାରି ରହିଥିବା ଲକଡାଉନ୍ ର ଅବଧିକୁ ବଢ଼ାଇ ପାରନ୍ତି । ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ ଏ ବିଷୟରେ ମତ ଦେଇଛନ୍ତି ଯେ, ଓଡିଶାରେ ଆଉ ୧୪ ଦିନ ଲକଡାଉନ୍ କୁ ବଢ଼ାଇବାର ଆବଶ୍ୟକତା ରହିଛି । ଅପରପକ୍ଷରେ ବାହାର ରାଜ୍ୟ ମାନଙ୍କରେ ସଂକ୍ରମଣ ହାର କମୁନଥିବାରୁ ସେଠାକାର ସରକାର ଲକଡାଉନ୍ କୁ ବୃଦ୍ଧି କରିସାରିଛନ୍ତି । ତେଣୁ ଓଡିଶାରେ କରୋନା ମହାମାରୀର ସମାନ ସ୍ଥିତି ପରିଲକ୍ଷିତ ହେଉଥିବାରୁ ରାଜ୍ୟ ସରକାର ଏହି ସଂକ୍ରାନ୍ତରେ କିଛି ବଡ ନିଷ୍ପତି ନେଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।