ଅକ୍ଷୟ ତୃତୀୟା , ଅକ୍ଷୀମୁଠି ଅନୁକୂଳ , କୃଷକ ପାଇଁ ଆନନ୍ଦ ର ଦିନ କୃଷି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ପାଳନ କଲେ କୃଷି ପର୍ବ ଅଖିତୃତୀୟା

ଟାଙ୍ଗୀ:-୧୫/୦୫(ବିନୁ ଦାସ୍) ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନଟି କୃଷକମାନଙ୍କର ଦିନ ବୋଲି କୁହାଯାଏ। କାରଣ କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ବା ଅକ୍ଷୟମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଅକ୍ଷୟ ତୃତୀୟାକୁ ସାରା ଭାରତ ବର୍ଷରେ ଏକ ଅନୁକୂଳର ଦିନ ବୋଲି ଧରାଯାଇଛି । ଏହି ଦିନ ଯାହାକିଛି ଅନୁକୂଳ କଲେ ତାହା ସଫଳ ହୋଇଥାଏ ବୋଲି ବିଶ୍ବାସ ରହିଛି। ଚଳିତ ବର୍ଷ କିଭଳି ଭଲ ଫସଲ ହେବ ସେ ନେଇ ଚାଷୀକୂଳ ଆଜିର ଦିନରେ ଶୁଭ ମନାସି ନିଜେ ନିଜେ ଚାଷ ଜମିରେ ଲକ୍ଷ୍ମୀ ଠାକୁରାଣୀ କୁଂ ପୂଜାର୍ଚ୍ଚନା କରିବା ପରେ ତା’ର ଚାଷ କାର୍ଯ୍ୟ ର ଶୁଭାରମ୍ଭ କରିଥାଏ ଚାଷୀ ନିଜ ଘରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ ।ଏହାକୁ ଅକ୍ଷିମୁଠି କହନ୍ତି । ଅକ୍ଷୟ ତୃତୀୟା ହେଉଛି ଓଡିଶାର ଏକ ବଡ ପର୍ବ। କାରଣ ଏହି ପର୍ବରେ ବିଭିନ୍ନ କାର୍ଯ୍ୟ ଅନୁକୂଳ କରିବା ପାଇଁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ଏହି ତିଥୀରେ ଶ୍ରୀମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ରୀତିନୀତି ପାଳିତ ହୋଇଥାଏ।
କରୋନା କଟକଣା ମଧ୍ୟରେ ଏହି ପର୍ବ ପାଳନ କରାଯାଇଛି ।ଅପର ପକ୍ଷରେ ବିଧାୟକ ତଥା କୃଷି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ଅଖିତୃତୀୟା ପର୍ବ ର ଶୁଭାରମ୍ଭ କରିବା ସହ ଏ ବର୍ଷ ଭଲ ଫସଲ ହେବାପାଇଁ ମା ଲକ୍ଷ୍ମୀ ଙ୍କର ଆବାହନ କରିଛନ୍ତି।ଲଗାତାର ଭାବେ କୃଷିଜାତ କ୍ଷେତ୍ର ଉପରେ ଓଡିଶା ସରକାର ତିନିଥର ମଧ୍ୟ ପୁରସ୍କୃତ ହେଲେଣି।କୃଷକ ହସିଲେ ଦୁନିଆ ହସିବ ।