ଅମାନିଆଁକୁ ସାବାଡ଼ କରୁଛି ଚାନ୍ଦପୁର ପୋଲିସ ଗାଡି ଜବତ,ନାଲି ବତୀ ଦେଖିଲେ କୋକୁଆ ଭୟ

ଟାଙ୍ଗୀ:୧୫/୦୫(ବିନୁ ଦାସ୍):-ରାଜ୍ୟରେ ଦିନକୁ ଦିନ ମହାମାରୀ କରୋନା ଥମିବାର ନାଁ ଧରୁନି। ସେଥିପାଇଁ ପ୍ରଶାସନିକ ସ୍ତରରେ ବିଭିନ୍ନ ପ୍ରକାରର ପଦକ୍ଷେପ ହାତକୁ ନେଇଛନ୍ତି ଯାହାକି ମହାମାରୀ କରୋନା ରୋକିବାରେ ସହାୟକ ହେବ। କିନ୍ତୁ ଦିନକୁ ଦିନ ସାରା ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମିତ ରୋଗୀ। ମୃତ୍ୟୁ ସଂଖ୍ୟା ମଧ୍ୟ ସରକାରୀ ସ୍ତରରେ ବଢି ଚାଲିଥିବା ବେଳେ ବେସରକାରୀ ସ୍ତରରେ ମଧ୍ୟ କିଛି କମ ନୁହେଁ। ବାରମ୍ବାର ସରକାରଙ୍କ କଡ଼ା ତାଗିଦ ସତ୍ତ୍ୱେ ଅମାନିଆଁ ଙ୍କର ସଂଖ୍ୟା ବୃଦ୍ଧି ପାଉଛି ଯାହାକି କିଛି ଅଞ୍ଚଳରେ ଏପରିକି ଘରେ ସଙ୍ଘରୋଧରେ ରହିବା ଯୋଗୁଁ ମଧ୍ୟ ଗୋଷ୍ଠୀ ସଂକ୍ରମଣ ର ସଂଖ୍ୟା ବଢିବାରେ। ଏସବୁ କୁ ନଜରରେ ରଖି ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଅର୍ଥାତ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ଏବଂ ମାସ୍କ ବ୍ୟବହାର କରନ୍ତୁ ଏପରିକି ନିଜକୁ ନିଜେ ବଞ୍ଚିବାକୁ ଚେଷ୍ଟା କରନ୍ତୁ।କିନ୍ତୁ କିଛି ଅମାନିଆଁ ଏହି ନିୟମକୁ ମାନିବା ତ ଦୂରର କଥା ହେଲେ ବିଭିନ୍ନ ବାହାନାରେ ଗାଡି ଧରି ବୁଲିବା , ଅଯଥାରେ ବଜାର ଅଞ୍ଚଳରେ ଭିଡ଼ ସୃଷ୍ଟି କରିବା ଭଳି ପରିସ୍ଥିତି ସୃଷ୍ଟି ହେବାର ନଜର ଆସୁଛି। କିନ୍ତୁ ଏ କ୍ଷେତ୍ରରେ ଅମାନିଆଁ ଙ୍କୁ ସାବାଡ଼ କରିବାକୁ ଚାନ୍ଦପୁର ପୋଲିସ ସର୍ବଦା ପ୍ରଶଂସନୀୟ ଭୂମିକା ଗ୍ରହଣ କରିଛି। ଚାନ୍ଦପୁର ଏକ ବ୍ୟବସାୟିକ ପେଣ୍ଠ ସ୍ଥଳୀ ଯାହାକି ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ହେଲେବି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ କାଳୁପଡ଼ା ଘାଟ କୁହୁଡି ସୋରଣ ଆଦି ଅଞ୍ଚଳର ବ୍ୟବସାୟୀ ନିର୍ଭର କରନ୍ତି। ଗତବର୍ଷ ଏହି ମହାମାରୀ ସମୟରେ ଚାନ୍ଦପୁର ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ସହ କିଛି ଧନଜୀବନ କ୍ଷତି ଘଟିଥିଲା। ପରନ୍ତୁ ବର୍ତ୍ତମାନ ଚାନ୍ଦପୁର ଥାନାରେ ଯୋଗ ଦେଇଥିବା ଦକ୍ଷ ଅଧିକାରୀ ରଶ୍ମି ରଞ୍ଜନ ଦାସ୍ ଙ୍କର କଡ଼ା ଆଭିମୁଖ୍ୟ ଉତ୍ତମ ପ୍ରଶାସକ ହିସାବରେ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ହୋଉପାରିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଶନିବାର ଏବଂ ରବିବାର ସପ୍ତାହାନ୍ତ ସଟ୍ ଡାଉନ କୁ କଡା ଆଭିମୁଖ୍ୟ ନେଇଛନ୍ତି ଚାନ୍ଦପୁର ପୋଲିସ। ସଦଳବଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜୋରିମାନା ଆଦାୟ ସହ ଅମାନିଆଁ ଙ୍କୁ ସାବାଡ଼ କରୁଛି ପୋଲିସ। ଯାହା ଫଳରେ ଗୋଷ୍ଠୀ ହୋଇ ବୁଲାବୁଲି କରିବା କିମ୍ବା ବିନା କାରଣରେ ଗାଡି ଧରି ବୁଲିବା ମହଙ୍ଗା ପଡିଛି । କେଉଁଠି ଗାଡ଼ି ଜବତ ହେଉଛି ତ ପୁଣି ମୋଟା ଅଙ୍କର ଜୋରିମାନା ଆଦାୟ ହେଉଛି।ଯାହା ଫଳରେ ସର୍ବଦା ଚଳଚଞ୍ଚଳ ଚାନ୍ଦପୁର ବଜାର ଖାଁ ଖାଁ ସହ ଜନଶୁନ୍ୟ ହୋଇଛି।ଏହିଭଳି ଭାବରେ ଯଦି ଟାଙ୍ଗୀ ଥାନା ପକ୍ଷରୁ ପଦକ୍ଷେପ ନିଆଯାଇଥାନ୍ତା ତ ହୁଏତ ଟାଙ୍ଗୀ ଥାନା ଅଧିନସ୍ଥ କାଳୁପଡ଼ା ଘାଟ ଅଞ୍ଚଳରେ ଆଜି ଗୋଷ୍ଠୀ ସଂକ୍ରମଣ ହୋଇ ନଥାନ୍ତା।