କୋଭିଡ୍ ଡ୍ୟୁଟିରେ ଯାଉଥିବା ସରକାରୀ ବସ୍ ଓଲଟିଲା: ୭ ଡାକ୍ତରୀ ଛାତ୍ରଛାତ୍ରୀ ଆହତ, ଡ୍ରାଇଭର ଗୁରୁତର

ନୟାଗଡ଼: କରୋନା କାଳରେ କୋଭିଡ୍ ଡ୍ୟୁଟି ପାଇଁ SCB ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ସରକାରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁସାରେ ଗତକାଲି କଟକରୁ ୨୦ ଜଣ ଏସ୍‌ସିବି ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ OSRTC ବସ୍‌ ବଲାଙ୍ଗିର ଅଭିମୁଖେ ଯାଉଥବା ବେଳ ରାତି ପ୍ରାୟ ୧୨ଟା ସମୟରେ ନୟାଗଡ଼ ଜିଲ୍ଲା ଦୁର୍ଗାପ୍ରସାଦ ଗାଁ ନିକଟରେ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା। ଏଥିରେ ଡ୍ରାଇଭର ଗୁରୁତର ଆହତ ହୋଇଥିବାବେଳେ ୭ ଜଣ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଡିସ୍‌ଚାର୍ଜ କରାଯାଇଥିଲା। ଅନ୍ୟ ଗାଡ଼ିରେ ଡାକ୍ତରୀ ଛାତ୍ରଛାତ୍ରୀମାନେ ବଲାଙ୍ଗିର ଯାଇଥିଲେ ।