କାଳୁପଡ଼ା ଘାଟ,୦୮/୦୫ (ବିନୁ ଦାସ୍): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡ଼ା ଘାଟ ପେଣ୍ଠ ଓଡ଼ିଶାର ଏକ ପ୍ରସିଦ୍ଧ ମାଛ ରପ୍ତାନି ବିକ୍ରୟ କେନ୍ଦ୍ର। ସାରା ଭାରତରେ କରୋନା ମହାମାରୀ ଦିନକୁ ଦିନ ଉଗ୍ରରୂପ ଦେଖାଇ ତାର କାୟା ବିସ୍ତାର କରୁଥିବା ବେଳେ ଓଡିଶା କିମ୍ବା ଖୋର୍ଦ୍ଧା ଜିଲ୍ଲା ବାଦ୍ ପଡିନି।ଦୁଃଖର କଥା ରାଜ୍ୟ ସରକାର ଏହି ମହାମାରୀ କୁ ରୋକିବାକୁ ଆପ୍ରାଣ ଉଦ୍ୟମ କରୁଥିଲେ ବି ସାଧାରଣ ଲୋକ ମାନିବାକୁ ନାରାଜ ଯାହା ଫଳରେ ମହାମାରୀ ଦିନକୁ ଦିନ ଗୋଷ୍ଠୀ ସଂକ୍ରମଣ ସହ କୋଭିଡ ଜନିତ ମୃତ୍ୟୁ ମଧ୍ୟ ବଢି ବଢି ଚାଲିଛି। ସୂଚନାଯୋଗ୍ୟ କି କାଳୁପଡ଼ା ଘାଟ ଅଞ୍ଚଳରେ କରୋନା ତାର ଉଗ୍ରରୂପ ଦେଖାଇବାରେ ବ୍ୟସ୍ତ।ଏପରିକି ପ୍ରତି ପଞ୍ଚାୟତ ସରକାରୀ ସ୍ତରରେ କିଛି ହାତ ଗଣତି ରହିଥିବା ବେଳେ ବେସରକାରୀ ସ୍ତରରେ ଆହୁରି ଅଧିକ। ଲୋକମାନେ ଭୟରେ ଡାକ୍ତରଖାନା ଯାଉନାହାନ୍ତି।ରାଜ୍ୟ ସରକାର କିଛି ଅତ୍ୟାବଶ୍ୟକ ଦୋକାନ ଖୋଲିବାକୁ ଦିନ ୧୨ ପର୍ଯ୍ୟନ୍ତ ଖୋଲିବା ନିର୍ଦ୍ଦେଶ ଦେଇଥିଲେ ବି କାଳୁପଡ଼ା ଘାଟ ମାଛ ପେଣ୍ଠ ରେ ରହୁନି ସାମାଜିକ ଦୂରତା।ଯାତ୍ରା ମହୋତ୍ସବ ରେ ଭିଡ଼ ଭଳି ଲୋକମାନେ ସାଧାରଣ ମାଛ ପାଇଁ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି।ବାହାର ବ୍ୟବସାୟୀ କିଛି ମାଫିଆ ଙ୍କୁ ହାତ କରି ପ୍ରଶାସନକୁ ହାତବାରିଷୀ କରି ଏଠାରେ ଏକ ରକମ କୁତ୍ରିମ ଭିଡ଼ ସୃଷ୍ଟି କରାଯାଇଛି। ସ୍ଥାନୀୟ ପୋଲିସ କୁ ଅଭିଯୋଗ କଲେ ଯେମିତି ବିଲେଇ ବେକରେ ଘଣ୍ଟି ବାନ୍ଧି ରଖିଲେ ମୂଷା ମରିବା କଷ୍ଟ କିମ୍ବା ମୂଷା ଗାତରେ ଲୁଚି ରହେ ବିଚରା ବିଲେଇ ଉପାସ ରୁହେ।ସେହିଭଳି ସ୍ଥାନୀୟ ଟାଙ୍ଗୀ ପୋଲିସ ଆସିବା ପୂର୍ବରୁ ନିଜର ସାଇରନ ବଜାଇ ଆସିଲେ ଲୋକମାନେ ଘଟଣା ସ୍ଥଳରୁ ଫେରାର ଯାହା ଫଳରେ ପୋଲିସ ଖାଲି ହାତରେ ଫେରିବାକୁ ପଡୁଛି।ୟେ ଦିଗରେ ଜିଲ୍ଲା ପ୍ରଶାସନ କିମ୍ବା ତହସିଲଦାର ଚିଲିକା ପଦକ୍ଷେପ ନନେଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ଯାହାକି ପ୍ରଶାସନ ଦାୟୀ । ତୁରନ୍ତ ଅଞ୍ଚଳରେ ୨୪ ଘଣ୍ଟିଆ ପେଟ୍ରୋଲିଂ ସହ ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖିବାକୁ ଅନୁରୋଧ କରିଛନ୍ତି କିଛି ଅଞ୍ଚଳବାସୀ ।