ଭୁବନେଶ୍ୱର : ଭୁବନେଶ୍ୱର ଖଣ୍ଡଗିରି ନିକଟରେ ସଡକ ଦୁର୍ଘଟଣା । ମାଲ ବୋଝେଇ ଟ୍ରଲର ଡ୍ରାଇଭର ମୃତ୍ୟୁ ହୋଇଥିବା ସୁଚନା ରହିଛି ହେଲପର ଗୁରୁତର ହୋଇଛନ୍ତି । ହେଲପର କୁ ଗୁରୁତର ଅବସ୍ଥାରେ ଏମ୍ସ ରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ମାଲ ବୋଝେଇ ଟ୍ରଲର ଖୋର୍ଦ୍ଧା ଆଡୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା
ଖଣ୍ଡଗିରି ଓଭର ବ୍ରିଜ ପଛକୁ ଥିବା ହମ୍ପସରେ ବ୍ରେକ ମାରିଥିଲେ ଡ୍ରାଇଭର ।ଫଳରେ ଗାଡିରେ ଲୋଡ ହୋଇଥିବା କଣ୍ଟେନର ଚେନ ଛିଡି ଯାଇଥିଲା । କଣ୍ଟେନର ଟି ସିଧା ଇଞ୍ଜିନ ଉପରେ ଚଢିଯାଇଥିଲା । ଘଟଣା ସ୍ଥଳରେ ଡ୍ରାଇଭରର ମୃତ ହୋଇଥିଲା। ହେଲପରକୁ ଗୁରୁତର ଭାବେ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗ ।