ବୁଡ଼ିଗଲା ଭସାପୋଲ

କୃଷ୍ଣପ୍ରସାଦ,୧୬।୧୦: ଯାତ୍ରୀମାନଙ୍କ ସୁବିଧା ପାଇଁ ଚିଲିକା ଉନ୍ନୟନ ବିଭାଗ ପକ୍ଷରୁ ମାତ୍ର ମାସେ ପୂର୍ବରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଭସା ପୋଲ ଗତକାଲି ଚିଲିକା ଜହ୍ନିକୁଦା ଘାଟରେ ବୁଡ଼ିଥିବା ଜଣାଯାଇଛି। ଏହି ଭସା ପୋଲରେ କ୍ରମଶଃ ପାଣି ପଶୁଥିବାରୁ ତାହା ଅର୍ଦ୍ଧାଧିକ ଅଂଶ ବୁଡ଼ିଗଲାଣି।

ଏହି ପୋଲ ମୁଖ୍ୟତଃ ଜହ୍ନିକୁଦାରୁ ସାତପଡ଼ା ଗମନାଗମନ କରୁଥିବା ବେଳେ ଏହା ଉପରେ ୧୪ଟି ପଞ୍ଚାୟତର ୯୦ ଗ୍ରାମବାସୀ ନିର୍ଭର କରିଥାନ୍ତି। ପୁରୀ ତଥା ଭୁବନେଶ୍ୱରକୁ ଅଫିସ୍‌ ତଥା କଲେଜ ଯାତାୟତ କରିବା ପାଇଁ ଏହି ଭସା ପୋଲ ଉପରେ ହିଁ ଲୋକେ ନିର୍ଭର କରିଥାନ୍ତି। କିନ୍ତୁ ଏବେ ଏହି ପୋଲଟି ବୁଡ଼ିଯିବାରୁ ଛୋଟ ଛୋଟ ଡଙ୍ଗାରେ ଅଧିକ ଟଙ୍କା ଦେଇ ବିପଦସଙ୍କୁଳ ଭାବେ ଯାତାୟତ କରିବାକୁ ବାଧ୍ୟ ହେବେ। ଏହାଦ୍ୱାରା ଦୁର୍ଘଟଣାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।

ସୂଚନାଯୋଗ୍ୟ, ସେପେମ୍ବର ୧୫ରେ ଜହ୍ନିକୁଦାରୁ ସାତପଡ଼ାକୁ ଭସା ପୋଲ ପ୍ରଚଳନ ଆରମ୍ଭ ହୋଇଥିଲା। ମାତ୍ର ମାସେ ପରେ ଏବେ ଏହି ପୋଲଟି ବୁଡ଼ିବାକୁ ବସିଲାଣି।