ରାଶିଫଳ (ଶୁକ୍ରବାର)
ଆଶ୍ଵିନ (କନ୍ୟା) ଅକ୍ଟୋବର ୧୬ ତାରିଖ ୨୦୨୦
ମେଷ – କ୍ରୋଧ ବୃଦ୍ଧି ଘଟିବ। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବ।
ବୃଷ – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ଭଗବାନ ଶିବଙ୍କର ଉପାସନା କରନ୍ତୁ।
ମିଥୁନ – ଦ୍ରବ୍ୟ ନଷ୍ଟ ଯୋଗ ରହିଛି। ଚନ୍ଦନ ବୃକ୍ଷର ଚେରକୁ ବହୁରେ ଧାରଣ କରନ୍ତୁ ଲାଘବ ହେବ।
କର୍କଟ – କାର୍ଯ୍ୟ ସଫଳ ହେବ। ଆୟ ଭଲ ହେବାର ସମ୍ଭାବନା ଅଛି। ଶରୀର ସୁସ୍ଥ ରହିବ।
ସିଂହ – ପରାଧୀନ ହୋଇ କାର୍ଯ୍ୟ କରିବେ। ମାନସିକ ଶାନ୍ତି ମିଳିବ। ଶରୀର ସୁସ୍ଥ ରହିବ।
କନ୍ୟା – ସୁଖ ସମ୍ମାନ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ସମ୍ଭାବନା ଅଛି।
ତୁଳା – ବ୍ୟୟ ଯୋଗ ରହିଛି। ସତର୍କର ସହ ଖର୍ଚ୍ଚ କରନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ବିଛା – ଦ୍ରବ୍ୟ ଲାଭ ହୋଇପାରେ। ବନ୍ଧୁ ସହଯୋଗ ମିଳିବ। ଆୟ ଭଲ ହେବାର ସମ୍ଭାବନା ଅଛି।
ଧନୁ – ସମ୍ମାନ ପ୍ରାପ୍ତି ହେବ। ମାନସିକ ସୁଖ ମିଳିବ। ଦିନଟି ଭଲରେ କଟିବ।
ମକର – ଆନନ୍ଦ ଉତ୍ସବରେ ଦିନଟି କଟିପାରେ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
କୁମ୍ଭ – ସୁଖହାନୀ ଘଟିପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
ମୀନ – ଆନନ୍ଦିତ ହେବେ। ଆୟ ଭଲ ହୋଇପାରେ। ଦିନଟି ମାଧ୍ୟମ ଫଳଦାୟକ ହେବାର ସମ୍ଭାବନା ଅଛି।