ବାଣପୁର,୧୬/୧୦: ଆଜିର ଦିନରେ ବେକାରୀ ସମସ୍ୟା ଏକ ଉତ୍କଟ ସମସ୍ୟା ହୋଇଥିବା ବେଳେ ଟାଉଟରଙ୍କୁ ପଡିଛି ପୁଷ ମାସ । କୁଜି ନେତା ଓ ସରକାରୀ ସ୍କୁଲରେ ଶିକ୍ଷକତା କରି, ଆଦର୍ଶ ଶିକ୍ଷକର ପରିଚୟରେ ରାଜନିତିରେ ଲୋଭ ସମ୍ବରଣ କରି ପାରୁନଥିବା ବ୍ୟକ୍ତି ଓ ବେକାରୀଙ୍କ ଆତ୍ମ ସ୍ୱଜନ ବୋଲାଉଥିବା ପଡୋଶୀ ସାସମଲ ବାବୁ ପରି ଦଗଲ ବାଜିଆ ମାନେ ମିଶି ଅଭିନୟରେ ଭଗବାନଙ୍କ ଅବତାରର ଡ୍ରାମା ଦେଖାଇ ଖୋଦ ସମ୍ଫର୍କୀୟ ବେକାରୀଙ୍କୁ ମିଥ୍ୟା ପ୍ରତିଶୃତି, ପ୍ରଲୋଭନ, ପ୍ରରୋଚନାରେ ବୁଡାଇ ସରକାରୀ କଳରେ ଚାକିରୀ କରାଇଦେବା ପାଇଁ ପାଞ୍ଚଲକ୍ଷ ଦାବୀକରି ଦୁଇଲକ୍ଷ ଅଠେଇଶି ହଜାର ନେଇ କାରବାର କରି ବିଭିନ୍ନ ଅଫିସର ଓ ରାଜନେତା ନାମରେ ଖାଇଗଲେ ବେକାରୀ ପରିବାରର ସର୍ବସ୍ୱ ଓ କରିଦେଲେ ସର୍ବସ୍ୱାନ୍ତ । ଏବେବି ସମୟ ଅଛି ନେଇଥିବା ସର୍ବସ୍ୱକୁ ସମୂଳେ ଫେରସ୍ତ କରନ୍ତୁ ଓ କ୍ଷୟକ୍ଷତି ଭରଣା କରନ୍ତୁ ନହେଲେ ଦଇବ ଦ୍ୱାରରେ ଧର୍ମଦ୍ରୋହୀ ହୋଇ ଯମ ଦଣ୍ଡ ଭୋଗିବାରୁ ବଞ୍ଚିପାରିବେ ନାହିଁ ।
ବେକାରୀ ଯୁବକ ଜଣକ ସର୍ବସ୍ୱାନ୍ତ ହୋଇଗଲା ପରେ ଟଙ୍କା ଫେରସ୍ତ କିମ୍ବା ଟଙ୍କା ବଦଳରେ ସଫଳତା କଥା ଉଠାଉଥିବା ବେଳେ ସମ୍ଫୃକ୍ତ ଟାଉଟର ଓ କୁଜିନେତା ମାନେ ମିଥ୍ୟା ଆରୋପରେ ନିଜପରିବାର ତରଫରୁ କିମ୍ବା ଅନ୍ୟ ଉପାୟରେ ରାଜନିତିର ଚାପ ପ୍ରୟୋଗକରି ଜେଲରେ ଚକି ପେଷାଇବାର ଧମକ ଦେଉଛନ୍ତି ହେଲେ ସତକେବେ ଲୁଚି ରହେନା।
ଏ ସମଦ୍ଧିତ ସବିଶେଷ ତଥ୍ୟ ସହିତ ଅନୁସନ୍ଧାନ ଜାରୀ ରହିଛି ଓ ଏହାର ଭିଡିଓ ସଂସ୍କରଣ ପ୍ରସ୍ତୁତି ପଥେ ଆଗେଇ ଚାଲିଛି । ଆମର ପାଠକ ଓ ଦର୍ଶକ ମାନଙ୍କ ଶୁଭେଚ୍ଛା ହେଲେ ଖୁବ ଶୀଘ୍ର ଭିଡିଓ ସଂସ୍କରଣ ରିଲିଜ୍ ହେବ ।