ରାୟଗଡା,(ଅମୁଲ୍ୟ ନିଶଙ୍କ) : ରାୟଗଡା ଜ଼ିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀର କୋଳନରା ବ୍ଲକ ର ବିଭିନ୍ନ ପଂଚାୟତ କୁ ମାରାଥନ ଗସ୍ତ କରି ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା ଆଦିବାସୀ ଜାତି ଜନଜାତି ତଥା ପଛୁଆ ବର୍ଗ ଉନୟନ ଓ ଆଇନ ବିଭାଗ ବିଭିନ୍ନ ପ୍ରକଳ୍ପ ର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି l ପ୍ରଥମେ ମନ୍ତ୍ରୀ କୋଳନରା ବ୍ଲକ ସଦର ମୋହକୁମା ଠାରେ ଏକ ମିଶନ ଶକ୍ତି କେଫେ ଓ ମିଶନ ଶକ୍ତି ଭବନ ର ଉଦଘାଟନ କରିଛନ୍ତି l ଏହା ପରେ ମନ୍ତ୍ରୀ ଖେଦାପୋଡ଼ା ପଂଚାୟତ ର ଦେପୁର ଠାରେ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିଳାନ୍ୟାସ କରିଛନ୍ତି ପରେ ପରେ ଖେଦାପୋଡ଼ା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଜନସାଧାରଣ ଙ୍କ ନିମନ୍ତେ ଏକ କମନ ଫେସିଲିଟି କେନ୍ଦ୍ର ର ଉଦଘାଟନ କରିଛନ୍ତି l ଶକ୍ତି କେଫେ ଉଦଘାଟନ କରି ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ ଏହି କେଫେ ର ପରିଚାଳନା ଦାୟିତ୍ୱ ରେ ଥିବା ମହିଳା ଗ୍ରୁପ ର ସଦସ୍ୟା ମାନେ ଖାଦ୍ୟପେୟ ର ଗୁଣବତ୍ତା କୁ ବଜାଇରଖିବା ପାଇଁ ପରାମର୍ଶ ଦେଇଥିଲେ l ଦେପୁର ଠାରେ ଏକ ଉଚ୍ଚ ବିଦ୍ୟାଳୟ ର ଶିଳାନ୍ୟାସ କରି କହିଲେ ଯେ ଏହି ଅଞ୍ଚଳ ବାସୀଙ୍କ ବହୁ ଦିନ ର ଦାବୀ ଥିଲା ଏହିଠାରେବେକ ଉଚ୍ଚ ବିଦ୍ୟାଳୟ ନିମନ୍ତେ ଆଜି ତାହା ସାର୍ଥକ ହେବାକୁ ଯାଉଛି ଆଉ ଅଳ୍ପ କେତେଦିନ ପରେ ଏହର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷେମ ହେଵବୋଲି l ଆଜିର ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, କୋଳନାରା ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ୱର ନାଇଡ଼ୁ ସମାଜସେବୀ ତଥା ବରିଷ୍ଠ ବିଜେଡି ନେତା ଚନ୍ଦ୍ରଶେଖର ନାଇଡ଼ୁ ବୁଡୁଭାଇ, ବଡ଼ ଖିଲାପଦର ସରପଞ୍ଚ ମାଦା ରାଓ କଣ୍ଡଗୋରି, ଖେଦାପୋଡ଼ା ସରପଞ୍ଚ ନରସିଂହ କୀଲାକା, ଗୋଷ୍ଠୀ ଉନୟନ ଅଧିକାରିଣୀ ରୀନା ପ୍ରଧାନ ଉପସ୍ଥିତ ଥିଲେ l ପରେ ଖେଦାପୋଡ଼ା ପଂଚାୟତ ଠାରେ ବିଜୁ ସ୍ୱାସ୍ଥ୍ୟ ନବୀନ କାର୍ଡ ର ବଣ୍ଟନ କରିଥିଲେ l ଆଜିର ଏହି ସବୁ କାର୍ଯ୍ୟକ୍ରମ ବିଡ଼ିଓ ରୀନା ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ବ୍ଲକ ର କର୍ମଚାରୀ ପରିଚାଳନା କରିଥିଲେ l