ରାୟଗଡା,୧୨.୦୩(ଅମୁଲ୍ୟ ନିଶଙ୍କ):ରାୟଗଡା ଜ଼ିଲ୍ଲା ଆନ୍ତର୍ଗତ ପଦ୍ମପୁର ବ୍ଲକ ତେମ୍ବାଗୁଡା ପଂଚାୟତ ର ହରଲାଗୁଡା ଗ୍ରାମ ର ଲକ୍ଷ୍ମୀକାନ୍ତ ମିଶଲ, ପ୍ରତାପ ମାଝୀ, ବାବୁଲି ମାଝୀ ଓ ଅରକ୍ଷିତ ଗୌଡ଼ ଏହି ପରି ଅନ୍ୟ 6 ଜନ ବ୍ୟକ୍ତିଙ୍କ ସର୍ବମୋଟ 9 ଜନ ହିତାଧିକାରୀଙ୍କ ନାମ ରେ ଜାତୀୟ ଗ୍ରାମଣୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ରେ ସର୍ବମୋଟ 9 ହେକ୍ଟର ଜମିରେ କାଜୁ ଚାଷ ପାଇଁ 14 ଲକ୍ଷ 75 ହଜାର 500ଟଙ୍କା ର ପ୍ରକଳ ଅଟକଳ କରାଯାଇଥିଲା l ତଦନୁସାରେ କାର୍ଯ୍ୟ ସମସ୍ପଟ ହୋଇଥିଲା l କିନ୍ତୁ କୃଷି ଉଦ୍ୟାନ ବିଭାଗ ପକ୍ଷରୁ ଯେ କାଜୁ ଚାଷ ହୋଇଥିଲା ପ୍ରକୃତ ହିତାଧିକାରୀ ମଜୁରୀ ପାଇପାରିନଥିଲେ l ବହୁ ବାଦ ବିବାଦ ପରେ ଗତ କାଲି ସରପଞ୍ଚ ଶ୍ରୀମତୀ ଶବର ଓ ପଦ୍ମପୁର ଖ ଯ଼ୋନ ଜ଼ିଲ୍ଲା ପରିଷଦ ସଭ୍ୟ ରବିନାରାୟଣ ଆଚାର୍ଯ୍ୟ ମଣ୍ଟୁ ଭାଇ ଙ୍କ ଉପସ୍ଥିତ ରେ ପ୍ରକୃତ ହିତାଧିକାରୀଙ୍କୁ ମଜୁରୀ ଟଙ୍କା ପ୍ରଦାନ କରିଥିଲେ l ଜବ କାର୍ଡ ର ତ୍ରୁଟି ଓ ଆଧାର ଲିଙ୍କ ହୋଇପାରିନଥିବାରୁ ପ୍ରକୃତ ହିତାଧିକାରୀ ଙ୍କ ଖାତା କୁ ଟଙ୍କା ଆସି ପାରିନଥିଲା ବୋଲି ତେମ୍ବାଗୁଡା ସରପଞ୍ଚ ସି୍ଧେଶ୍ବରୀ ଶବର କହିଛନ୍ତି l ଟଙ୍କା ଉଠେଇବାରେ ବିଳମ୍ବ ହେବାରୁ ହିତାଧିକାରୀଙ୍କୁ ମଜୁରୀ ମିଳି ନଥିଲା ବୋଲି କହିଛନ୍ତି କିନ୍ତୁ 9 ଜନ ହିତାଧିକାରୀ ମାନେ କହିଛନ୍ତି ଯେ ଆମେ ଅଭିଯୋଗ କରିଲା ପରେ ଆମର ମଜୁରୀ ଆମକୁ ମିଳିଲା ବୋଲି l