ରାୟଗଡ଼ା,(ଅମୁଲ୍ୟ ନିଶଙ୍କ):-ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକରେ ବି.ଏସ.ପି ଦଳ ପକ୍ଷରୁ ହଜାର ହଜାର ସଂଖ୍ୟାରେ ବହୁଜନ ସମାଜବାଦୀ ପାର୍ଟିର କର୍ମୀ ମାନଙ୍କୁ ନେଇ ବିଶାଳ ଶୋଭାଯାତ୍ରା ଆୟଜନ ହୋଇଥିଲା। ନୂତନ ଭାବେ ସଭାପତି ଦାୟିତ୍ଵ ଗ୍ରହଣ କରିଥିବା ରବୀନ୍ଦ୍ର ଗରଡ଼ିଆଙ୍କ ଅଧ୍ୟକ୍ଷତାରେ ମୁନିଖୋଲ ହାଇସ୍କୁଲ ପଡ଼ିଆରୁ ବିରାଟ ବଡ ସଭାଯାତ୍ରାରେ ବାହାରି ପୁଲିସ୍ କାର୍ଯ୍ୟକୁ ବିରୋଧ କରିବା ସହ ଜିତୁ ଜାକାସିକାଙ୍କୁ ଶିଘ୍ର ଖଲାସ କରିବା ସହ ଉକ୍ତ ଡାକ୍ତର ସବ୍ୟସାଚୀ ମହାପାତ୍ରଙ୍କ ଉପରେ ମଧ୍ଯ କଠୋର କାର୍ଯନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି। ମୁନିଗୁଡ଼ା ସହର ମୁଖ୍ୟ ବଜାର ଦେଇ ସହର ପରିକ୍ରମା କରି ପୋଲିସ ଥାନା ନିକଟରେ ପହଂଚି ଭିକ୍ଷଭ ପ୍ରଦର୍ଶନ କରିଥିଲେ ବି.ଏସ.ପି ର ହଜାର ହଜାର କର୍ମୀ। ସୁଚନାନୁଯାୟୀ ଗତ ଫେବୃୟାରୀ ମାସ 21ତାରିଖ ଦିନ ମୁନିଗୁଡା ବ୍ଲକର ସକଟା ଗ୍ରାମରେ ବି.ଏସ.ପି ନେତା ଜିତୁ ଜାକାସିକା ଙ୍କ ସହ ଡ଼ଃ ସବ୍ୟସାଚୀ ମହାପାତ୍ରଙ୍କ ସହ ଯୁକ୍ତିତର୍କ ହୋଇଥିଲା ଡାକ୍ତର ଙ୍କୁ ମାଡ଼ ମାରିବା ଘଟଣା ପରେ ପୋଲିସ ଜିତୁକୁ ଗିରଫ କରି କୋର୍ଟ ଚାଲାଣ କରି ଥିଲେ ପରେ କୋର୍ଟ ଜିତୁ ଙ୍କ ଵେଲ ନା ମଞ୍ଜୁର କରି ହାଜତରେ ରଖିଛନ୍ତି।
ଡ଼ଃ.ସବ୍ୟସାଚୀ ମହାପାତ୍ର ଓ ତାଙ୍କ ସହୋଯୋଗୀଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ଏହି ବିଷୟକୁ ନେଇ ବି.ଏସ.ପି ପକ୍ଷରୁ ତୀବ୍ର ନିନ୍ଦା କରିଯିବା ସହ ଆଗାମୀ ଦିନରେ ଯଦି ଡାକ୍ତରଙ୍କ ପ୍ରତି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ, ବି.ଏସ.ପି ରାଜ୍ୟ ସାରା ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଚେତାବନୀ ଦେଇଛନ୍ତି। ଏହି ବିରାଟ ବଡ ଶୋଭାଯାତ୍ରାରେ ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ବ ବି.ଏସ.ପି କର୍ମୀ ମାନେ ଯୋଗ ଦେଇଥିଲେ।