ଢେଙ୍କାନାଳ, ୨/୭(ଶୁଭମ ପାଣି) : ଢେଙ୍କାନାଳ ଟାଉନ୍ସ୍ଥିତ ଦଧିବାମନକୀଉ ମଠ ପରିସରରେ ଆରୋଗ୍ୟମ୍ ଯୋଗ ଏବଂ ୱେଲ୍ଫେୟାର ଆସୋସିଏସନ୍ର ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ଆସୋସିଏସନ୍ର ନିର୍ଦ୍ଦେଶିକା ଅନସୂୟା ମିଶ୍ର, ସଂପାଦକ ପ୍ରଭାସ ଚନ୍ଦ୍ର ପାଢୀ, ଉପସଭାପତି ତୃପ୍ତିମୟୀ ଦେବୀ, କୋଷାଧ୍ୟକ୍ଷ ତତ୍ବ ଅନ୍ସାରୀ, ଆଇର ଉପଦେଷ୍ଟା ବସନ୍ତ କୁମାର ରଥ, ଯୋଗ ପ୍ରଶିକ୍ଷିକା ମନସିନୀ ମିଶ୍ର, ଏକ୍ଜିକ୍ୟୁଟିଭ୍ ମେମ୍ବର ନିବେଦିତା ସହୁ, ସଦସ୍ୟ ନମତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆସୋଟିଏସନ୍ର ଅନ୍ୟ ସଦସ୍ୟମାନେ ବିଟୁଆଲ୍ ମୋଡ୍ରେ ସଭାରେ ଯୋଗଦାନ କରିଥିଲେ । ଉକ୍ତ ସଭାରେ ଆସୋସିଏସନ୍ ବାର୍ଷିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା ଏବଂ ଆଗାମୀ ଦିନରେ ଆସୋସିଏସନ୍ର କାର୍ଯ୍ୟକ୍ରମ ନିପରି ରହିବ ସେ ବିଷୟରେ ଆଲୋଚନା ହୋଇଥିଲ । ଆସୋସିଏସନ୍ର ମୁଖ୍ୟ ଆକର୍ଷଣ ଯୋଗକୁ କିପରି ସହରଠୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ପହଂଚି ହେବ, ସେ ବିଷୟରେ ନିଷ୍ପତି ଭାବରେ ଆଲୋଚନା ସହ ସମସ୍ତଙ୍କର ମତାମତ ନିଆଯାଇଥିଲା । ଆଜିର ଏହି ମଲାଟି ଆସୋସିଏସନ୍ ଉପସଭାପତି ତୃପ୍ତିମୟ ଦେବୀଙ୍କ ସଭାପବିତ୍ବରେ ଅନୁଷ୍ଠିତ ହୋଇଥିଲା । ସଭାର ଶେଷରେ ଆସୋସିଏସନ୍ ସଂପାଦକ ପ୍ରଭାସ ଚନ୍ଦ୍ର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ | ସଭା କାର୍ଯ୍ୟକ୍ରମରେ ଉଚୁଆଲ ମୋଡ୍ରେ ସଭାପତି ପ୍ରିୟତମା ଦାଶ, ଏଲ୍ବିକ୍ୟୁଟିଭ୍ ମେମ୍ବର ନମିତା ରଥ, ନନା କରି ଏବଂ ଅନ୍ୟ ମେମ୍ବରମାନଙ୍କ ମଧ୍ୟରେ ସସ୍ମିତା ବେହେର, ପ୍ରିୟବ୍ରତ ଦାଶ ଏବଂ ଶୈଳେନ୍ଦୁ ଶେଖର ନାୟକ ଯୋଗ ଦେଇଥିଲେ ।