ଢେଙ୍କାନାଳ ୨/୭(ଶୁଭମ ପାଣି): ଅଲ୍ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାସ୍ତରୀୟ ବୈଠକ ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲାର ୮ଟି ବ୍ଲକର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ବୈଠକର ଜିଲ୍ଲା ଏବଂ ସ୍ଥାୟୀ ସଭାପତି ନିରାକାର ବେହେରା ସଭାପତିତ୍ବ କରିଥିଲେ। ମୁଖ୍ୟ ଆଲୋଚନା ର ବିଷୟ ଥିଲା ଆସନ୍ତା ୨୪ତାରିଖ ଠାରୁ ଶିକ୍ଷକ ନାର୍ଯ୍ୟ ଦାବି ହାସଲ ନିମନ୍ତେ ହେବାକୁ ଥିବା ରାଜ୍ୟ ସ୍ତରୀୟ ରାଲିରେ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସାମୁହିକ ଛୁଟିରେ ଯିବା। ଉକ୍ତ ବୈଠକରେ ଜିଲ୍ଲାର ସଭାପତି ନିରାକାର ବେହେରା ଆହ୍ବାନ କ୍ରମେ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାମୁହିକ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଉକ୍ତ ନିଷ୍ପତ୍ତିକୁ ରାଜ୍ୟ ରେ ପ୍ରଦାନ କରିବା ପାଇଁ ମତ ଦେଇଥିଲେ ତତ୍ ପରି ବ୍ଲକ ସ୍ତରରେ ସେହି କାର୍ଯ୍ୟକ୍ରମକୁ ଶେଷ ସ୍ପର୍ଶ ଦେବା ପାଇଁ ମତବ୍ୟକ୍ତ କରି ବ୍ଲକର ସମସ୍ତ କର୍ମକର୍ତ୍ତାଙ୍କୁ ଆହ୍ବାନ ପ୍ରଦାନ କରିଥିଲେ । ଏହାପରେ ଜିଲ୍ଲାର ମହାସଚିବ ବୈରାଗୀ ଚରଣ ସେଠୀ ଉକ୍ତ ପ୍ରସ୍ତାବ ଉପରେ ନିର୍ଭିକ ପୂର୍ଣ୍ଣ ଭାବେ ସହମତି ପ୍ରଦାନ କରିଥିଲେ । ପରିଶେଷରେ ଜିଲ୍ଲା ସମ୍ପାଦକ, କାର୍ଯ୍ୟକାରୀ ସଭାପତି, ଯଥାକ୍ରମେ ପ୍ରଶାନ୍ତ ନାଥ,ଛାୟା ପ୍ରକାଶ ବେହେରା ଓ ସଂଦିପ୍ତ କୁମାର ନାୟକ ମତକୁ ସମର୍ଥନ ଦେଇଥିଲେ।୨୦୦୦ ଗ୍ରେଡ଼ ପରେ ଓ ୬ ବର୍ଷର କାର୍ଯ୍ୟକାଳକୁ ମୂଳ ଚାକିରୀ ପ୍ରଦାନ ପୂର୍ବକ ମତ ରଖିଥିଲେ । ପରିଶେଷରେ ବୟୋଜ୍ୟେଷ୍ଠ ବ୍ୟକ୍ତି ରାଜେନ୍ଦ୍ର ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭା ସାଙ୍ଗ କରିଥିଲେ।