ବୀରମହାରାଜପୁର,(ଶାନ୍ତନୁ କୁମାର କର୍ଣ୍ଣ) – ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଏହେସାସ ତାଇକଣ୍ଡୋ ଏକାଡେମୀର କୁନି କ୍ରୀଡ଼ାବିତ ରାଜଲକ୍ଷ୍ମୀ ସାହୁ ଆଜି ଥାଇଲାଣ୍ଡ ମାଟିରେ ସଫଳତା ହାସଲ କରିଛନ୍ତି l ଥାଇଲାଣ୍ଡରେ ଅନୁଷ୍ଠିତ ହେଉଥିବା ଷଷ୍ଠ ହିରୋସ ତାଇକଣ୍ଡୋ ଚମ୍ପିୟାନସିପି ରେ ୨୨ ଜଣିଆ ଭାରତୀୟ ଟିମ ସହ ସାମିଲ ହୋଇ ଆଜି ପ୍ରତିଯୋଗିତାରେ ଅଂଶଗ୍ରହଣ ପୂର୍ବକ ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି l ତେବେ ଆଜି ସେଠାରେ ଅନୁଷ୍ଠିତ ପ୍ରୀ କ୍ଵାଟର ଫାଇନାଲରେ ଅତିଯୋଗିତାରେ ଓମାନ ଠାରୁ ୭-୨ କ୍ଵାଟର ଫାଇନାଲରେ ଥାଇଲାଣ୍ଡ ଠାରୁ ୩-୧ ରେ ବିଜୟୀ ହୋଇଥିବାବେଳେ ସେମିଫାଇନାଲରେ ଋଷିଆ ଠାରୁ ୧-୧୦ ରେ ପରାଜିତ ହୋଇଥିଲେ l ଫଳରେ ତାଙ୍କୁ ବ୍ରୋଞ୍ଜ ମେଡାଲରେ ସନ୍ତୁଷ୍ଟ ହେବାକୁ ପଡିଛି l ଭାରତକୁ ଏହା ପ୍ରଥମ ମେଡାଲ ସହ ଅନ୍ୟ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିଛି l ଥାଇଲାଣ୍ଡରୁ ଏହି ଖୁସି ଖବର ଦେବ ସହ ରାଜଲକ୍ଷ୍ମୀ ର ସଫଳତା ପାଇଁ ତାକୁ ଶୁଭେଚ୍ଛା ଜଣେଇଛନ୍ତି ତାଙ୍କ କୋଚ ତଥା ଇଣ୍ଡିଆ ଟିମ ମୁଖ୍ୟ ଏହେସାସ ହୋତା l ଏହି ଖବର ଜଣାପଡିଲା ପରେ ସୁବର୍ଣ୍ଣପୁର ଜିଲ୍ଲାରେ ଖୁସିର ମାହୋଲ ଖେଳିଯାଇଥିବାବେଳେ ଓଡିଶା ତାଇକଣ୍ଡୋ ସଙ୍ଘର ସମ୍ପାଦକ ମନମୋହନ ଭଞ୍ଜ, ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଙ୍ଘ ର ସଭାପତି ରଵୀନ୍ଦ୍ର ହୋତାଙ୍କ ସମେତ ବିଭିନ୍ନ କ୍ରୀଡା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି l