ପିଲାଙ୍କ ସିଲାବସକୁ ନେଇ ଗଣଶିକ୍ଷା ମନ୍ତ୍ରୀ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା, ଜାଣନ୍ତୁ କ’ଣ?

ଭୁବନେଶ୍ୱର,୨୨।୦୮: ସିଲାବସ୍ ସମ୍ପର୍କରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ର ପ୍ରମୁଖ ସଚିବ ମାଧ୍ୟମରେ ଯାଞ୍ଚ୍ ଚାଲିଛି। ତିନି ବିଶେଷଜ୍ଞ କମିଟି ରିପୋର୍ଟ ଦେଇଛନ୍ତି। ଏଇ ସପ୍ତାହ ସୁଦ୍ଧା ପିଲାଙ୍କ ଦ୍ୱନ୍ଦ୍ୱ ଦୁର ହେବ। କେତେ ପ୍ରତିଶତ କମିବ ଏଯାଏ ନିଷ୍ପତ୍ତି ହୋଇନି। CBSE ସିଲାବସ୍ କାଟିବା ପରେ କିଛି ବିଷୟକୁ ନେଇ ଅନେକ ଦ୍ୱନ୍ଦ୍ୱ ହେଇଥିଲା। ତାହା ଯେପରି ନହେଉ ତା ଉପରେ ନଜର ଦିଆଯାଉଛି। ସ୍କୁଲ୍ ଖୋଲିବା ଉପରେ ନିର୍ଭର କରୁଛି କେତେ ପ୍ରତିଶତ ସୀଲାବସ୍ କଟା ଯିବ ବୋଲି ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।