ବାଣପୁର କୋର୍ଟ ପରିସରକୁ ଛୁଇଁଲା କରୋନା ।

ବାଣପୁର, ୨୩/୦୮ : ବାଣପୁର ଅଞ୍ଚଳରେ କରୋନା ଆତଙ୍କ ମଚାଇ ଥିବା ବେଳେ ଆଜି ପୁଣି ବାଣପୁର କୋର୍ଟର ଜନୈକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । କୋର୍ଟ ପରିସରକୁ ସାନିଟାଇଜେସନ କରାଯିବା ସହ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ଏବଂ ସମସ୍ତ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ ହେବ ବୋଲି ଖବର ରହିଛି ।