ନୂଆଦିଲ୍ଲୀ,୨୩ ।୮: କରୋନା ସଙ୍କଟ ପାଇଁ ଫିଲ୍ମ ଓ ଟିଭି ଆଦିର ସୁଟିଂ ବନ୍ଦ ହୋଇ ପଡିଛି । ଏହାରି ମଧ୍ୟରେ କେନ୍ଦ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଫିଲ୍ମ ଓ ଟିଭି ପୋଗ୍ରାମ ସୁଠିଂ ପାଇଁ ଏସଓପି ଜାରି ହୋଇଛି । ଏବେ ଫିଲ୍ମ ଓ ଟିଭି ସିରିଏଲ ସୁଟିଂ ଆରମ୍ଭ ହୋଇପାରିବ । ସୁଟିଂ ସେଟକୁ କିଛି ସମୟ ବ୍ୟବଧାନରେ ସାନିଟାଇଜ କରାଯିବ । ସୁଟିଂ ସେଟରେ ଦର୍ଶକ ରହି ପାରିବେ ନାହିଁ ବୋଲି କୁହାଯାଇଛି ।
ରବିବାର ଏସଓପି ଜାରି କରି ଜାଭଡେକର କହିଛନ୍ତି ଯେ, ଏହା କ୍ରୁ ସଦସ୍ୟଙ୍କୁ ଏକ ସୁରକ୍ଷିତ ପରିବେଶ ଦିଗରେ ସହାୟକ ହେବ। ସମସ୍ତ ସ୍ଥାନରେ ଫେସ ମାସ୍କ ବ୍ୟବହାର କରିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି।କ୍ୟାମେରା ସାମ୍ନାରେ ଥିବା ବେଳେ ମାସ୍କ ନପିନ୍ଧିଲେ ଚଳିବ । ଏହାସହ ଶାରୀରିକ ଦୂରତା ନିୟମକୁ ମଧ୍ୟ ବଳବତ୍ତର ରଖାଯାଇଛି। ସିଟିଂ, କ୍ୟାଟେରିଂ, କ୍ରୁ ପୋଜିସନ୍ସ, କ୍ୟାମେରା ଲୋକେସନ୍ସ ଆଦିରେ ଦୂରତ୍ୱ ବଜାୟ ରଖିବାକୁ ହେବ। ରିକର୍ଡିଂ ଷ୍ଟୁଡିଓ, ଏଡିଟିଂ ରୁମରେ ମଧ୍ୟ ଶାରୀରିକ ଦୂରତ୍ୱ ନିୟମର ପାଳନ କରିବା ବାଧ୍ୟତାମୂଳକ। ତେବେ ଶୁଟିଂ ସେଟକୁ ଦର୍ଶକ ଆସିବାର ଅନୁମତି ଏସଓପିରେ ଦିଆଯାଇନାହିଁ।