ମଧ୍ୟବିତ ଭୟବିତ ପୁଣି ସଟଡାଉନ ଅପେକ୍ଷାରେ ବାଣପୁର ।

ବାଣପୁର, ୦୭/୦୮ : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସଂକ୍ରମଣକୁ ରୋକିବା ପାଇଁ ବାଣପୁର ଏନଏସି ରେ ୮ଟି ୱାର୍ଡକୁ ବର୍ତ୍ତମାନ (୦୬.୦୮.୨୦୨୦ ସଂଧ୍ୟା ୭ ଘଟିକାରୁ ଆସନ୍ତା ୦୯.୦୮.୨୦୨୦ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ) କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ, ତଥାପି ସଂକ୍ରମଣ କମିବାର ନାମ ଧରୁନି । ବାଣପୁରର ଆଞ୍ଚଳିକ ପ୍ରସାଶନ ସମୂହ ନିଷ୍ପତି କ୍ରମେ ବିଡ଼ିଓଙ୍କ କାର୍ଯାଳୟ ପତ୍ର ସଂଖ୍ୟା ୨୭୬୧/ ୦୭.୦୮.୨୦୨୦ ଜରିଆରେ ଆସନ୍ତା ୧୨.୦୮.୨୦୨୦ ତାରିଖରୁ ୭ ଦିନ ପାଇଁ ସଟଡାଉନ ଘୋଷଣା କରିବାକୁ ଜିଲ୍ଲା ପ୍ରସାଶନର ଅନୁମତି ଲୋଡା ଯାଇଛି । ଏହା ଦ୍ଵାରା ମାସିକ ବେତନ ଭୋଗୀଙ୍କ ବ୍ୟତିତ ମଧ୍ୟବିତଙ୍କ ମୁଣ୍ଡରେ ଚଡକ ପଡି ଯିବାରେ ସେମାନେ ଭୟଭୀତ ହୋଇଯାଇଛନ୍ତି । ସଟଡାଉନ ସର୍ବସାଧାରଣଙ୍କ ଅଭ୍ୟାସଗତ ହୋଇଗଲାଣି, ଏହା ଦ୍ଵାରା ପ୍ରଶାସନ ପ୍ରତି ବିତୃଷ୍ନା ଭାବ ସୃଷ୍ଟି ହେଲାଣି । ପ୍ରଶାସନ ସଟଡାଉନକୁ ସମ୍ମାନ ଦେଉନଥିବା ବେଳେ ସାଧାରଣ ଲୋକ ମାନେ ସଟଡାଉନର ଏପାଖ ସେପାଖ ଖୋଜି ଖୋଜି କୌଣସି କାରଣ କିମ୍ବା ଉଦ୍ଦେଶ୍ୟ ପାଉ ନାହାନ୍ତି । ଏହା ଦ୍ଵାରା କୋଭିଡ ଫଣ୍ଡରୁ ପ୍ରଚୁର ଟଙ୍କାର ଆତ୍ମସାତ କଥା ଅସ୍ଵୀକାର କରାଯାଇପାରିବ ନାହିଂ । ଯେତେ ସଟଡାଉନ ହେବ ପ୍ରସାଶନିକ କର୍ମଚାରୀ ମାନଙ୍କୁ ସେତିକି ଫାଇଦା ହେବ କିନ୍ତୁ ମଧ୍ୟବିତ ଓ ଗରିବଙ୍କ ଦଶା ସାଂଘାତିକ ହେବ । ସାଧାରଣ ମାନେ ସଟଡାଉନ ସମୟ ସୀମା ମଧ୍ୟରେ ଓ କରୋନା କଟକଣା ସମୟରେ ପ୍ରସାଶନ ଠାରୁ ଆବଶ୍ୟକ ପରିମାଣର ବ୍ଲିଚିଂ ଓ ଫିନାଇଲ ପାଇବା ପାଇଁ ଦାବି ରଖୁଛନ୍ତି ।