ଗଞ୍ଜାମ ଓ ଗଜପତିରେ ମୃଦୁ ଭୂମିକମ୍ପ

ବ୍ରହ୍ମପୁର,୮।୮ : ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଆଜି ସକାଳେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତ୍ରୀବତା ୩.୮ ଥିବା ରେକର୍ଡ କରାଯାଇଛି। ଶନିବାର ସକାଳ ୭ଟା ୧୦ ମିନିଟରେ ଏହି ଭୂମିକମ୍ପ ପ୍ରାୟ ୫ରୁ ୭ ସେକେଣ୍ଡ ଧରି ଅନୁଭୂତ ହୋଇଥିବା ସୂଚନା ମିଳିଛି। ବ୍ରହ୍ମପୁରଠାରୁ ପ୍ରାୟ ୭୩ କିଲୋମିଟର ଦୂର ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଏହାର କେନ୍ଦ୍ରସ୍ଥଳ ରହିଥିବା ପାଣିପାଗ ବିଭାଗ କହିଛି। ଭୂକମ୍ପ ଅନୁଭୂତ ହେବା ସମୟରେ ଘରଦ୍ଵାର ଦୋହଲିବାରୁ ଲୋକେ ଭୟରେ ପଦାକୁ ବାହାରି ଆସିଥିଲେ। କିନ୍ତୁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।