ସ୍ନାନଯାତ୍ରା ପାଇଁ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚାରି ପାଖରେ ଜାରି ହେବ ୧୪୪ ଧାରା

ପୁରୀ ୦2/06, କରୋନା କଟକଣା ଭିତରେ ପୁରୀରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଆସନ୍ତା ୪ ତାରିଖ ରାତି ୧୦ ରୁ ୬ ତାରିଖ ରାତି ୨ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚାରି ପାଖରେ ଜାରି ହେବ ୧୪୪ ଧାରା । ମାର୍କେଟ ଛକରୁ କାକୁଡ଼ିଖାଇ ଛକ, ମରିଚିକୋଟ ଛକରୁ ଲବଣୀଖିଆ ଛକ, ଦୋଳମଣ୍ଡପ ସାହି ଯାଏଁ ସାଧାରଣ ଲୋକଙ୍କ ଯିବା ଆସିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ | ସ୍ନାନବେଦୀରେ ଶ୍ରୀଜିଉମାନଙ୍କ ସର୍ବସାଧାରଣ ଦର୍ଶନ ବାରଣ କରାଯାଇଥିବାରୁ ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କରାଯାଇଛି । କରୋନା ମୁକାବିଲା ପରିସ୍ଥିତିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସିଧାସଳଖ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଭକ୍ତମାନେ ଏଥର ଘରେ ବସି ଟେଲିଭିଜନ ମାଧ୍ୟମରେ ସ୍ନାନଯାତ୍ରାର ସିଧା ପ୍ରସାରଣ ଦେଖିବେ ।