ଭାରତ ରେ ପ୍ରାୟ ଦୁଇ ଲକ୍ଷ କରୋନା ଭୂତାଣୁ ରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। କରୋନା ଭୂତାଣୁ ଯୋଗୁଁ 5500 ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।
ଦିନକୁ ଦିନ ସାରା ଦେଶରେ କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। ଲଦାଖରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ନାମଗାଲଙ୍କ ମୃତ୍ୟୁ କରୋନା ସଂକ୍ରମଣ ରେ ହୋଇ ଥିବା ସୁଚନା ମିଳିଛି ।
ଲଦାଖର ୟୁନିଅନ ଟେରିଟୋରୀରେ କରୋନା ଜୀବାଣୁ ସଂକ୍ରମଣ ହେତୁ ଏହା ପ୍ରଥମ ମୃତ୍ୟୁ। ଲଦାଖର ତିନିଥର ସାଂସଦ ତଥା ଜାମ୍ମୁ କାଶ୍ମୀର ବିଧାନ ପରିଷଦର ସଦସ୍ୟ ଥିଲେ ପି ନାମଗାଲଙ୍କ ୬୩ ବର୍ଷ ବୟଷ ରେ ତାଙ୍କ ର ଲେହ୍ ହସ୍ପିଟାଲରେ ଦେହାନ୍ତ ହୋଇଛି।