ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରକ୍ତଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରାଯାଇଥିବା ରକ୍ତଦାନ ଶିବିରକୁ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଭିଡ୍-୧୯ ନିୟମାବଳୀ ଅନୁଯାୟୀ ସାମାଜିକ ଦୁରତ୍ୱ ରକ୍ଷା କରଯାଇଥିଲା । ଏହି ଶିବିରରେ ସ୍ୱେଚ୍ଛାକୃତ ଭାବେ ୩୫ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା।
ଜୀବନ ବିନ୍ଦୁର ରାଜ୍ୟ ମୁଖ୍ୟ ସଂଯୋଜକ ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ତଥା ବିଜେଡି ଆଇ.ଟି ୱିଙ୍ଗ୍ ଅଧ୍ୟକ୍ଷ ଡଃ. ଅମର ପଟ୍ଟନାୟକ, ଧର୍ମଶାଳା ବିଧାୟକ ରଣବ ପ୍ରକାଶ ବଳବନ୍ତରାୟ ଓ ଜୀବନ ବିନ୍ଦୁ ରାଜ୍ୟ ସଂଯୋଜକ ତଥା ଯୁବକଲ୍ୟାଣ ବୋର୍ଡ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ବିଜୟ ନାୟକ ଅତିଥି ଭାବେ ଉପସ୍ଥିତ ରହି ରକ୍ତଦାତା ତଥା କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ।
ଯୁବ ଜନତା ଦଳର ଉପଦେଷ୍ଟା କୁନ ବିହାରୀ ଦାସ, ଉପସଭାପତି ସନ୍ତୋଷ ବେଜ୍, ସାଧାରଣ ସମ୍ପାଦକ ଧ୍ରୁତି ରଞ୍ଜନ ମାର୍ଥା, ମଧୁସ୍ମିତା ପରିଡା, ସଂପାଦକ ମଳୟ ରଞ୍ଜନ ପତି, ନିହାର ରଞ୍ଜନ ବେହେରା, ଶୁଭ୍ରାସୁଂ ନାରାୟଣ ମିଶ୍ର, ଆଶିସ୍ ମିଶ୍ର, ଅବିନାସ ପ୍ରଧାନ, ରାଜ୍ୟ ସାଂଗଠନିକ ସମ୍ପାଦକ ପୂର୍ଣ୍ଣେନ୍ଦୁ ପୁଜାପଣ୍ଡା, ବିଜୁ ଯୁବ ଜନତା ଦଳର ଆଇ.ଟି ୱିଙ୍ଗ୍ ରାଜ୍ୟ ସଂଯୋଜକ ଦୁଷ୍ମନ୍ତ ବେହେରା, ମହୀକ୍ଷୀତା ମିଶ୍ର, ଯୁବ ନେତା ଦୀପକ କୁମାର ସାହୁ, ଆଲୋକ ବେହେରା, ସୋମ୍ୟ ସାର୍ଥକ ରାୟ, ଚେତନ୍ ମହାପାତ୍ର, ଦୀପ୍ତି ରଞ୍ଜନ ପାଲ୍, ବିଶ୍ୱଜ୍ୟୋତି ବେହେରା, ଜୋନାଲୀ କବି ଓ ଲିପ୍ସା ଦାସ ପ୍ରମୁଖ ସହଯୋଗ କରିଥିଲେ।