ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ‘ନୌଲ୍‌’ ପ୍ରଭାବରେ ସେପ୍ଟେମ୍ବର ୨୦ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ସମ୍ଭାବନା

ଭୁବନେଶ୍ୱର,୧୮।୦୯ : ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ନୌଲ୍‌’ ର ପ୍ରଭାବରେ ବଙ୍ଗୋପ ସାଗରରେ ଆସନ୍ତା ରବିବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ଠିକ୍ ଗୋଟିଏ ଦିନ ପରେ ବଙ୍ଗୋପ ସାଗରରେ ଏହା ଅବପାତ ରୂପ ନେବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରବିବାର ରାତି ସୁଦ୍ଧା ଏହା ପଶ୍ଚିମ ବଂଗରେ ଅନୁଭୂତ ହେବା ସମ୍ଭାବନା ଥିବା ବେଳେ ଏହାର ଗତି ଝାଡଖଣ୍ଡ ଓ ଛତିଶଗଡ ମୁହାଁ ହେବ ଏବଂ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ । ଏହାର ପ୍ରଭାବରେ ଉତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସେପ୍ଟେମ୍ବର ୨୦ ଓ ୨୧ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ସେପ୍ଟେମ୍ବର ୨୨ ତାରିଖରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ସେପ୍ଟେମ୍ବର ୧୯ ରୁ ୨୧ ତାରିଖ ମଧ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।