ଶ୍ରୀଯୁକ୍ତ.ୟାଲା ଭେଙ୍କ୍ତେଶ୍ୱର୍ ରାଓ ଓରଫ କୋଣ୍ଡାବାବୁ ଙ୍କ ବିଜେପି ରେ ଯୋଗଦାନ ।

ରାୟଗଡା, 16/8(ପ୍ରଫୁଲ୍ଲ କୁମାର ବେହେରା) :ରାୟଗଡା ଟ୍ରକ ମାଲିକ ସଂଘର ସଭାପତି,ବିଜେଡିର ଦଳର ବରିଷ୍ଟ ସଙ୍ଗଠକ ତଥା ରାୟଗଡ଼ା ଜିଲ୍ଲାର ସର୍ବସାଧାରଣ ପାଖରେ ସୁଖ ଦୁଃଖରେ ବନ୍ଧୁ ହୋଇ ଆସୁଛନ୍ତି ଶ୍ରୀଯୁକ୍ତ.ୟାଲା ଭେଙ୍କ୍ତେଶ୍ୱର୍ ରାଓ ଓରଫ କୋଣ୍ଡାବାବୁ ଆଜି ଭୂବନେଶ୍ଵରେ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ପ୍ରାୟ ୫୦୦ ସହ କର୍ମୀଙ୍କ ସହ ଏକ ବିଶାଳ ଶୋଭା ଯାତ୍ରାରେ ବାହାରି ବା ସହ ନାଚ ଗୀତରେ ଦୁଲୁକି ଥିଲା ପୁରା ରାଜଧାନୀ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଥିଲେ।ଶ୍ରୀଯୁକ୍ତ ୟାଲା. କୋଣ୍ଡା ବାବୁ କଣ କହୁଛନ୍ତି। ଆଜି ବିଧି ବାଦ ଭାବରେ ଭୁବନେଶ୍ୱର ବିଜେପି ରାଜ୍ୟସ୍ତରୀୟ ଓ କେନ୍ଦ୍ରୀୟ ନେତା ଙ୍କ ସହିତ ବିଜେପି ରେ ଯୋଗଦାନ ପାଇଁ କରିଥିଲେ।ଆଗାମୀ ନିର୍ବାଚନ ରେ ବି ବିଜେପି ଦଳରେ ସାମିଲ ହେବା ପରେ ରାୟଗଡ଼ା ଜିଲ୍ଲାର ୩ଗୋଟି ନିର୍ବାଚନ ମଣ୍ଡଳୀରେ ଏ ମ ଏଲ ଏ ଓ ଏମ୍ ପି ଙ୍କୁ ବିପୁଳ ସଂଖ୍ୟା ରେ ବିଜୟ କରି ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ. ନରେନ୍ଦ୍ର ମୋଦୀ ଜିଙ୍କ ହାତ ମୁଠା ଟାଣ କରି ତୃତୀୟ ଥର କରି ଦେଖାଇ ବୁ ବୋଲି ବ୍ୟକ୍ତବ୍ୟ କହିଛନ୍ତି କି ଯେ ବିଜେପି ଦଳକୁ ସବୁଜ ସଂକେତ ଦେଖାଇବୁ ବୋଲି କୋଣ୍ଡା ବାବୁ କହିଛନ୍ତି। ଜନ ସାଧାରଣ କୋଣ୍ଡା ବାବୁ ବିଜେପି ରେ ସାମିଲ ହେଲେ ଜ଼ିଲ୍ଲା ରେ ବିଜେପି ସୁଦୃଢ ହେବ ବୋଲି ଚର୍ଚ୍ଚା ହେଉଥିଲା ବେଳେ ଦଳକୁ କିପରି ମଜବୁତ କରିବା ତାହା କୋଣ୍ଡା ବାବୁ ଜାଣିଛନ୍ତି କୋଣ୍ଡା ବାବୁ ଙ୍କ ବିଜେପି ରେ ଯୋଗଦାନ ପରେ ଜ଼ିଲ୍ଲା ରେ ବିଜେପି ସୁଦୃଢ ହେବା ସହିତ ତେଲୁଗୁ ଭୋଟ ବ୍ୟାଙ୍କ ମଧ୍ୟ୍ୟ ବିଜେପି ର ବଢିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।