ରାୟଗଡା ଜିଲ୍ଲା ଗୁଣପୁର ଆଦର୍ଶ ନଗର ସ୍ଥିତ ଲଣ୍ଡନ କିଡ୍ସ ବିଦ୍ୟାଳୟ ଠାରେ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣପୁର ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀମତୀ ଇନ୍ଦିରା ଅଧିକାରୀ , ସମ୍ମାନିତ ଅତିଥି ଭାବେ ରାୟଗଡା ଜିଲ୍ଲା ଖାଉଟି ବିବାଦ ବିଚାର ମଞ୍ଚ ର ପୂର୍ବତନ ସଭ୍ୟ ଶ୍ରୀ ଅଶୋକ କୁମାର ରଥ , ରାୟଗଡା ଜିଲ୍ଲା ଭାଜପା ର ଜିଲ୍ଲା ଉପ ସଭାପତି ଶ୍ରୀ ୱାଇ ଗଣପତି , ଆଇନଜିବି ଶ୍ରୀ ହେମକାନ୍ତ ମହାପାତ୍ର , ଭାଜପା ର ପୂର୍ବତନ ନଗର ସଭାପତି ଶ୍ରୀ ଅମର କୁମାର ସାହୁ ଓ ଲଣ୍ଡନ କିଡ୍ସ ବିଦ୍ୟାଳୟ ର ସମସ୍ତ ଶିକ୍ଷୟତ୍ରୀ ଓ ଅଭିଭାବକ ଉପସ୍ଥିତ ରହିଥିବା ବେଳେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ମହା ପୁରୁଷ ମାନଙ୍କ ତୈଳ ଚିତ୍ର ଠାରେ ଦ୍ଵୀପ ପ୍ରଜ୍ଜ୍ଵଳନ କରିବା ସହ ଜାତୀୟ ପତାକା ଉତ୍ତୋଳନ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପକ୍ଷ୍ୟରୁ ଛୋଟ ଛୋଟ ପିଲାମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରଯାଇଥିଲା . ପୂର୍ବରୁ ବିଦ୍ୟାଳୟ ପକ୍ଷ୍ୟରୁ ହୋଇଥିବା ପ୍ରତିଯୋଗୀତା ରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସଫଳତା ପାଇଁ ସମସ୍ତ ଅତିଥି ମାନେ ଲଣ୍ଡନ କିଡ୍ସ ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀ ନିଳକଣ୍ଠ ଦିଗାଲ, ଅଧ୍ୟକ୍ଷା ଶ୍ରୀମତୀ ନୀଲମ୍ ରୋହିଲା , ସମସ୍ତ ଶିକ୍ଷୟତ୍ରୀ ଓ ପରିଚାଳନା କମିଟି କୁ ଆନ୍ତରିକ ଧନ୍ୟବାଦ ଦେବା ସହ ଲଣ୍ଡନ କିଡ୍ସ ବିଦ୍ୟାଳୟ ର ସମସ୍ତ କୁନି ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଉପସ୍ଥିତ ମୁଖ୍ୟ ଅତିଥି ଶ୍ରୀମତୀ ଇନ୍ଦିରା ଅଧିକାରୀ ବିଦ୍ୟାଳୟ ର ଉତ୍ତୋରାତ୍ତର ଉନ୍ନତି କାମନା କରି କୁନି କୁନି ପିଲା ମାନଙ୍କ ଭବିଷ୍ୟତି ନିଧି ନିମନ୍ତେ ଅନୁଷ୍ଠାନ ର ଅଧ୍ୟକ୍ଷା ଙ୍କୁ 5000 ଟଙ୍କା ର ସହାୟତା ରାଶି ପ୍ରଦାନ କରିଥିଲେ . ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷୟିତ୍ରୀ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ବି ମ୍ୟାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଶିକ୍ଷୟତ୍ରୀ ସୋନାଲି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।