ଏବିଭିପି ତରଫରୁ କରୋନା ମୁକାବିଲା ନେଇ ଆରମ୍ଭ ହେଲା ସାନିଟାଇଜ

ଟାଙ୍ଗୀ,ବାଣପୁର,୧୦/୦୫(ବିନୁ ଦାସ୍): କରୋନାର ଦ୍ଵିତୀୟ ଲହର ଏବେ ସାରା ଦେଶରେ ଶିଖରରେ ପହଁଚିଛି। ମହାମାରୀ ହୁ ହୁ ହୋଇ ବଢ଼ି ଚାଲୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ରେ ପ୍ରତ୍ୟେକ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ମୁବାବିଲା ପାଇଁ ସ୍ୱଚ୍ଛତାକୁ ଅସ୍ତ୍ର କରି ଆଗେଇ ଆସିଲା ଦେଶର ସର୍ବ ବୃହତ୍ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ଏ.ବି.ଭି.ପି ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ବାଣପୁର ଓ ନାଚୁଣୀ ଅଞ୍ଚଳର ସର୍ବସାଧାରଣ ସ୍ଥାନ ମାନଙ୍କରେ ଆଜି ଏ.ବି.ଭି.ପି କାର୍ଯ୍ୟକର୍ତ୍ତା ମାନେ ମାସ୍କ, ଗ୍ଲୋବସ୍, ପିପିକିଟ୍ ପିନ୍ଧି ନାଚୁଣୀ ଫାଣ୍ଡି ସମେତ ଉଭୟ ବ୍ୟାଙ୍କ୍‌, ଏଟିଏମ୍‌ ପଏଣ୍ଟ, ରାସ୍ତାଘାଟକୁ ସ୍ପ୍ରେ ମେସିନ ସହାୟତାରେ ବିଶୋଧକ ସିଞ୍ଚନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ନାଚୁଣୀ କ୍ୟାମ୍ପସ ୟୁନିଟ୍ ସଭାପତି ବିପ୍ଳବ ଗୁରୁ, ଆଶାତୀତ ସାହୁ, ପି.ବି.ବି କ୍ୟାମ୍ପସ ୟୁନିଟ୍ ସଭାପତି ସିଦ୍ଧାର୍ଥ ବାରିକ, ରାଜେଶ କୁମାର ସାହୁ, ବିକାଶ କୁମାର ସେଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ସବୁ ଗ୍ରାମ ମାନଙ୍କ ରେ ଜାରି ରହିବ ବୋଲି ସଙ୍ଗଠନ ର ନଗର ସମ୍ପାଦକ ବିବେକାନନ୍ଦ ଗଡ଼ନାୟକ ସୂଚନା ଦେଇଛନ୍ତି। ଅଞ୍ଚଳବାସୀ ଏଭଳି ମହାନ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରି ମନୋବଳ ବୃଦ୍ଧି କରିଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକମାନେ ଘରେ ରହି କୋଭିଡ କଟକଣାକୁ ପାଳନ କରୁଥିବା ବେଳେ ଯୁବକ ମାନଙ୍କ ଏଭଳି ମହାନ କାର୍ଯ୍ୟ ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପ୍ରେରଣା ହେବ ଏହା ନିଃସନ୍ଦେହ। ଏହିଭଳି ମନୋବୃତି ରଖି ଯୁବସମାଜ ଆଗେଇ ଆସିଲେ ନିଶ୍ଚିତ ଭାବରେ ଆମେ ଜିତିବା କରୋନା ହାରିବ।