ବାଣପୁର,୧୦/୦୫: ବାଣପୁର ବାଲୁଙ୍ଗାରେ ଦିନକୁ ଦିନ ଚୋରି ଡକାୟତି ବଢ଼ିବାରେ ଲାଗିଛି। ସୂଚନା ଅନୁଯାଇ ଆଜି ଅପରାହ୍ନରେ ବିଦ୍ୟୁତ ବିଭାଗର ସଂଜୟ ପ୍ରଧାନ ନାମକ କର୍ମଚାରୀ ବାଣପୁର ରୁ ବାଲୁଙ୍ଗା ୬ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇ ବାଲୁଗାଁ ଅଫିସରେ ଜମା କରିବାକୁ ଯାଉଥିବା ବେଳେ କିଛି ଦୁର୍ବୁତ ବନ୍ଧୁକ ଦେଖାଇ ଲୁଟି ନେଇଛନ୍ତି ।
ଲୁଟେରାମାନେ ଏକ ପଲସର ଗାଡିରେ ତାଙ୍କୁ ପିଛା କରି ନନ୍ଦପୁର ସ୍ମସାନ ନିକଟରେ ବନ୍ଧୁକ ଦେଖାଇ ଭୟଭୀତ କରାଇ ଟଙ୍କା ଭର୍ତ୍ତି ବ୍ଯାଗ ଟି ଛଡାଇ ନେଇ ବାଣପୁର ଅଭିମୁଖେ ପଳାଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ସଦଳବଳେ ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ପହଞ୍ଚି ଘଟଣାର ଛାନ୍ଭିନ୍ ଆରମ୍ଭ କରିଛନ୍ତି ।