ଭୁବନେଶ୍ୱର: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନ। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମସି ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି। ସିଏମସି ପକ୍ଷରୁ ଜାରି ଗାଇଡଲାଇନ ମୁତାବକ ଏଣିକି ବିବାହ ଉତ୍ସବରେ ୧୦୦ କେବଳ ଜଣଙ୍କୁ ପାଇଁ ଅନୁମତି ମିଳିଛି। ଏଥିସହ ଶୁଦ୍ଧି କାର୍ଯ୍ୟରେ କେବଳ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି। ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ। ଗତକାଲି ବିଏମସି ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରିକରା ଯାଇଥିବାବେଳେ ଆଜି ସିଏମସି ପକ୍ଷରୁ ଜାରି କରାଯାଇଛି। ଆସନ୍ତା ୬ ତାରିଖରୁ ଏହି ନୂଆ ଗାଇଡଲାଇନ ଲାଗୁ କରାଯିବ ବୋଲି ଜଣାଯାଇଛି ।