କାଳୁପଡ଼ା ଘାଟ,୨୪/୦୨: ଖୋର୍ଦ୍ଧା ଜିଲ୍ଲାର ପୂର୍ବତଟ ରେଳବାଇ କାଳୁପଡ଼ା ଘାଟ ରେଳଷ୍ଟେସନ ରେ ଠିଆହୋଇଥିବା ଏକ କୋଇଲା ବୋଝେଇ ମାଲଗାଡ଼ି ର ଏକ ବଗିରେ ନିଆଁ ଲାଗିଯାଇଥିଲା। ଘଟଣା ସ୍ଥଳରେ ଟାଙ୍ଗୀ ଦମକଳ ବିଭାଗକୁ ରେଳବିଭାଗ କାଳୁପଡ଼ା ଘାଟ ଷ୍ଟେସନ ମାଷ୍ଟରଙ୍କ ଅଭିଯୋଗ କ୍ରମେ ଟାଙ୍ଗୀ ଦମକଳ ବିଭାଗର ଦୁଇଟି ନିଆଁ ଲିଭା ଗାଡି ସହ ସଦଳବଳେ ଅଗ୍ନିଶମ ବିଭାଗ ଟାଙ୍ଗୀର ଅଧିକାରୀ ଅବିନାଶ ପୃଷ୍ଟିଙ୍କର ନେତୃତ୍ୱରେ ଦୀର୍ଘ ଏକ ଘଂଟା ଅପେକ୍ଷା ପରେ ନିଆଁ ଲିଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ପ୍ରାପ୍ତ ସୂଚନା ମୁତାବକ ରେଳବିଭାଗ କାଳୁପଡ଼ା ଘାଟ ତରଫରୁ ଦିନ ୨:୩୦ ରେ ପ୍ରଥମେ ଅଭିଯୋଗ ହୋଇଥିଲା କିନ୍ତୁ କୌଣସି କାରଣରୁ ପୁଣି ଷ୍ଟେସନ ତରଫରୁ ମନା କରିଦେଇଥିଲେ।ପୁଣି ଅପରାହ୍ନ ୪ଟା ବେଳେ ଆଉଥରେ ଅଗ୍ନିଶ୍ରମ ବିଭାଗ ଟାଙ୍ଗୀ କୁ ଅବଗତ କରିଥିଲେ ହେଲେ ରେଳ ବଗି ଉପରେ ଯାଇଥିବା ୨୫ ହଜାର କିଲୋ ଭୋଲଟ୍ କଟି ନଥିବାରୁ ଦୀର୍ଘ ଏକ ଘଂଟା ବିଳମ୍ବରେ ନିଆଁ ଲିଭା କାମ ଆରମ୍ଭ ହୋଇଥିଲା । ଏଠାରେ ପ୍ରଶ୍ନ ଉଠୁଛି ଯଦି କୌଣସି ଅନ୍ୟ ଯାତ୍ରୀବାହୀ ରେଲଗାଡିରେ ନିଆଁ ଲାଗିଥାନ୍ତା ତ ୨୫ହଜାର କିଲୋ ଭୋଳଟ୍ ବନ୍ଦ ହେଲା ବେଳକୁ ବହୁତ କ୍ଷତି ଘଟିଥାନ୍ତା ।