କୋଭିଡ ଗାଇଡଲାଇନ୍ ମାନିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର,୨୦।: କୋଭିଡକୁ ନେଇ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟରେ କୋଭିଡର ପ୍ରଭାବ ଦେଖାଦେଲାଣି । ସେଥିପାଇଁ ସମସ୍ତଙ୍କୁ କୋଭିଡ ଗାଇଡଲାଇନ ମାନିବାକୁ ପଡିବ । କୋଭିଡ ମହାମାରୀ ପ୍ରତ୍ୟେକ ଗ୍ୟା ପ୍ରତ୍ୟେକ ବ୍ୟକ୍ତିକୁ ପ୍ରଭାବିତ କରିଛି । ଆମେ ଦୃଢତାର ସହ ମୁକାବିଲା କରିଛୁ । ଏହା ସହ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ବେଳେ କଂଗ୍ରେସ ଓ ବିଜେପି ସଦସ୍ୟ କକ୍ଷତ୍ୟାଗ କରିଥିଲେ । ଏନେଇ ସୋମବାର ଦିନ ୧୦ଟା ୩୦ ଯାଏ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।