ନଭେମ୍ବର ୧୬ରେ ସ୍କୁଲ ଖୋଲିବ ବୋଲି ନିର୍ଦ୍ଦେଶନାମା ଜାରି ହେବାର ମାତ୍ର କିଛି ସମୟ ପରେ ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର,୩୧।୧୦: ନଭେମ୍ବର ୧୬ ରୁ ଖୋଲିବନି ସ୍କୁଲ। ଆଜି ପ୍ରକାଶିତ ଗାଇଡ଼ଲାଇନ ଅନୁଯାୟୀ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ୧୬ ତାରିଖରୁ ଖୋଲାଯାଇପାରିବ। ହେଲେ ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ଦୃଷ୍ଟିରୁ ବିଳମ୍ବ ହୋଇପାରେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।

ଏ ନେଇ ଅନେକ ବିଚାର ବିମର୍ଶ ଜାରି ରହିଛି। ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରାଯାଇ କେବେ ସ୍କୁଲ ଖୋଲିବ ସେନେଇ ଖୁବ ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ସୂଚନା ଥାଉ କି ଆଜି ରାଜ୍ୟ ସରକାର ଆଣିଛନ୍ତି ଅନଲକ୍- ୬ ଗାଇଡଲାଇନ୍। ଗାଇଡ଼ଲାଇନ ଅନୁଯାୟୀ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ । ନବମରୁ ଦ୍ବାଦଶ ଶ୍ରେଣୀ ଯାଏ ସ୍କୁଲ ଖୋଲିବ । ତେବେ ନଭେମ୍ବର ୩୦ ତାରିଖ ଯାଏ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ଜାରି ରହିଛି । ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି ହେବ । ତେବେ ଏହି ନିର୍ଦ୍ଦେଶନାମା ଅନୁସାରେ କଣ୍ଟେନମେଣ୍ଟ ଜୋନରେ ଲକ୍ ଡାଉନ୍ ଜାରି ରହିବ ବୋଲି ଏଥିରେ ଉଲ୍ଲେଖ ରହିଛି ।