ଭୁବନେଶ୍ୱର,୨୭|୧୦: ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ୩ଜଣ ଆଇଏଏସ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର । ପରାଗ ଗୁପ୍ତା ହୋଇଛନ୍ତି ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ । ୧୯୮୮ ବ୍ୟାଚର ଗୁପ୍ତା ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ । ସେହିପରି ସୁରେନ୍ଦ୍ର କୁମାର ଓଏମସିର ଚେୟାରମ୍ୟାନ ବା ଓଡିଶା ଖଣି ନିଗମର ଅତିରିକ୍ତ ଦାୟିତ୍ୱ ନେଇଛନ୍ତି । ସୁରେନ୍ଦ୍ର ଏବେ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଅଛନ୍ତି । ଅନ୍ୟପଟେ ଜି.ମାଥି ଭାଥନନ୍ ସିଡିଏର ଚେୟାରମ୍ୟାନ ହୋଇଛନ୍ତି । ସେ ଏବେ ନଗର ଉନ୍ନୟନ ଓ ସଂସଦୀୟ ବ୍ୟାପାର ବିଭାଗ ସମ୍ଭାଳୁଛନ୍ତି ।