ଭୁବନେଶ୍ୱର, ୧୮।୧୦:ଭୁବନେଶ୍ୱରେ ଆଜି ଜଣେ ରୋଗୀଙ୍କ ସ୍ଥାନାନ୍ତର ପାଇଁ ହେଲା ଗ୍ରୀନ କରିଡର ।ଆପୋଲୋ ହସ୍ପିଟାଲ ଠାରୁ ବିମାନବନ୍ଦର ରାସ୍ତା ଯାଏ ହେଲା ଗ୍ରୀନ କରିଡର । ଏହି ରାସ୍ତାରେ ଯାତାୟତ କରୁଥିବା ସମସ୍ତ ଗାଡି ମଟରକୁ ବନ୍ଦ କରାଯାଇ କେବଳ ଆମ୍ବୁଲାନ୍ସ କୁ ଯିବା ପାଇଁ ଅନୁମତି ଦିଆଯାଇଥିଲା । ଜଣେ ରୋଗୀକୁ ଭୁବନେଶ୍ୱରରୁ ଚେନ୍ନାଇକୁ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ଏହି ରାସ୍ତା ଦେଇ ପଠାଯାଇଛି ।
ଆପୋଲୋ ହସ୍ପିଟାଲରୁ ବାହରିବା ପରେ ପ୍ରତି ଟ୍ରାଫିକ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସିଗ୍ନାଲ୍କୁ ପରିବର୍ତ୍ତନ କରାଯାଇ ଏହି ବ୍ୟବସ୍ଥା କରାଯାଇଛି। ମନୁଷ୍ୟ ଜୀବନ ବଞ୍ଚାଇବାରେ କମିସନରେଟ୍ ପୁଲିସର ଏହି ଛୋଟ ପ୍ରୟାସ ପାଇଁ ସମ୍ପୃକ୍ତ ରୋଗୀଙ୍କ ସମ୍ପର୍କୀୟ ଧନ୍ୟବାଦ ଦେଇଛନ୍ତି। ଆପୋଲୋ ହସ୍ପିଟାଲରୁ ଏୟାରପୋର୍ଟ ନ୍ୟୁ ଟର୍ମିନାଲ ଗେଟ୍-୧ ପର୍ଯ୍ୟନ୍ତ ମାତ୍ର ୯ ମିନିଟ୍ରେ ରୋଗୀଙ୍କୁ ପହଞ୍ଚା ଯାଇଥିଲା।