ରାଜ୍ୟରୁ ୨୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ନେଲା ୧୭ ଜୀବନ

ଭୁବନେଶ୍ୱର,୧୩।୧୦ : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଉଛି। ଆଜି ଚିହ୍ନଟ ହୋଇଛନ୍ତି ୨୪୨୩ ଜଣ ନୂଆ ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୧୩୧୮ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୯୫୭ ଜଣ ସ୍ଥାନୀୟ ଅଞ୍ଚଳର। ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୫୬ ହଜାର ୯୩୭କୁ ବୃଦ୍ଧି ପାଇଛି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କରୋନାରେ ଆଜି ୧୭ ଜଣଙ୍କ ଜୀବନ ଯାଇଥିବାରୁ ମୋଟ ମୃତ୍ୟୁ ସଂଖ୍ୟା ୧୦୫୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ୩ ଜଣ, ପୁରୀ, ସୁନ୍ଦରଗଡ ୨ ଜଣ ଲେଖାଏଁ, ବାଲେଶ୍ଵର, ବଲାଙ୍ଗୀର, ଜଗତସିଂହପୁର, ଝାରସୁଗୁଡା, କେନ୍ଦ୍ରାପଡା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।
ମଙ୍ଗଳବାର ତଥ୍ୟ ଅନୁଯାୟୀ ଅନୁଗୁଳ ଜିଲ୍ଲାରୁ ୧୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ଜିଲ୍ଲାରୁ ୧୧୧ଜଣ, ବରଗଡ଼ ୬୪ଜଣ, ଭଦ୍ରକ ୫୦ଜଣ, ବଲାଙ୍ଗୀର ୭୭ଜଣ, ବୌଦ୍ଧ ୨୧ଜଣ, କଟକ ୧୪୪ଜଣ, ଦେଓଗଡ଼ ୧୫ଜଣ, ଢେଙ୍କାନାଳ ୨୭ଜଣ, ଗଜପତି ୬ଜଣ, ଗଞ୍ଜାମ ୩୬ଜଣ, ଜଗତସିଂହପୁର ୩୬ଜଣ, ଜଗତସିଂହପୁର ୫୫ଜଣ, ଯାଜପୁର ୮୨ଜଣ, ଝାରସୁଗୁଡ଼ା ୧୦୦ଜଣ, କଳାହାଣ୍ଡି ୬୪ଜଣ, କନ୍ଧମାଳ ୫୦ଜଣ, କେନ୍ଦ୍ରାପଡ଼ା ୬୮ଜଣ, କେନ୍ଦୁଝର ୩୭ଜଣ, ଖୋର୍ଦ୍ଧା ୩୬୪ଜଣ, କୋରାପୁଟ ୩୯ଜଣ, ମାଲକାନଗିରି ୫୩ଜଣ, ମୟୁରଭଞ୍ଜ ୧୧୦ଜଣ, ନବରଙ୍ଗପୁର ୩୯ଜଣ, ନୟାଗଡ଼ ୩୧ଜଣ, ନୂଆପଡ଼ା ୬୯ଜଣ, ପୁରୀ ୭୧ଜଣ, ରାୟଗଡ଼ା ୩୩ଜଣ, ସମ୍ବଲପୁର ୫୬ଜଣ, ସୋନପୁର ୫୦ଜଣ, ସୁନ୍ଦରଗଡ଼ ୧୫୦ଜଣ ଓ ଷ୍ଟେଟ ପୁଲ୍‌ରୁ ୬୭ଜଣ ଚିହ୍ନଟ ହୋଇଛନ୍ତି।