BIplabnews Bureau
ଭୁବନେଶ୍ୱର ୧୮|୦୫: ରାଜ୍ୟ ପାଇଁ ଖୁସି ଖବର । ପୁଣି ୫୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା କରୋନା ପଜିଟିଭଙ୍କ ମଧ୍ୟରୁ ୪୦ ଜଣ ଗଞ୍ଜାମର , ୫ଜଣ ଜଗତସିଂହପୁରର, ୪ଜଣ ମୟୁରଭଞ୍ଜର, ୩ଜଣ ଭୁବନେଶ୍ୱରର, ୨ଜଣ ବଲାଙ୍ଗୀରର, ବାଲେଶ୍ୱର , ସୁନ୍ଦରଗଡ଼ ଓ କେନ୍ଦ୍ରାପଡାର ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଏହାପୂର୍ବରୁ ସୋମବାର ଦିନ ସକାଳେ ରାଜ୍ୟରେ ୪୮ଜଣ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । କିନ୍ତୁ ଆଜି ୫୭ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୨୭୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।